ସ୍ୱାମିବିବେକାନନ୍ଦଙ୍କ ର ଜନ୍ମ ଜୟନ୍ତୀ ପାଳନ ଅବସର ରେ ଏକ ବକ୍ତୃତା ପ୍ରତି ଯୋଗିତା ର ଆୟୋଜନ


ଢେଙ୍କାନାଳ ନେହେରୁ ଯୁବ କେନ୍ଦ୍ର ଓ ବ୍ରାହ୍ମଣୀ ଦେବୀ କ୍ଲବ୍ ସୋଗରପଶି ର ମିଳିତ ପ୍ରୟାସ ରେ ଢେଙ୍କାନାଳ ସଦର ବ୍ଲକ ରେ ଏକ ସ୍ୱାମିବିବେକାନନ୍ଦଙ୍କ ର ଜନ୍ମ ଜୟନ୍ତୀ ପାଳନ ଅବସର ରେ ଏକ ବକ୍ତୃତା ପ୍ରତି ଯୋଗିତା ର ଆୟୋଜନ କରାଯାଇଥିଲା।ଉକ୍ତ ପ୍ରତିଯୋଗିତା ରେ ସଦର ବ୍ଲକ ର ବିଭିନ୍ନ ପ୍ରାନ୍ତ ରୁ ଯୁବକ ଯୁବତୀ ମାନେ ଆସି ଅଂଶ ଗ୍ରହଣ କରିଥିଲେ ବକ୍ତୃତା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପ୍ରଜ୍ଞାପରମିତା ପତି,ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ରୁଦ୍ରନାରାୟଣ ସାହୁ,ତୃତୀୟ ସ୍ଥାନ ଅଧିକାର କରିଥିଲେ ସୋମେଶ କୁମାର ସାହୁ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ଶିକ୍ଷକ ନକୁଳ ଜେନା,ଶିକ୍ଷୟତ୍ରୀ ସଂଘମିତ୍ରା ନାୟକ,ସମାଜସେବୀ ଦିବ୍ୟରଞ୍ଜନ ନାୟକ। ମଞ୍ଚାସିନ ଅତିଥିବୃନ୍ଦ କୃତି ଯୁବକ ଯୁବତୀ ମାନ ଙ୍କୁ ପୁରସ୍କାର ବିତରଣ କରିବା ସହିତ ବିବେକାନନ୍ଦ ଙ୍କ ସମ୍ପର୍କ ରେ ଓଯୋସ୍ଵିନି ଅଭିଭାଷଣ ପ୍ରତିପାଦନ କରିଥିଲେ।ଏହା ପରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ଏକ ରାଲି ମାଧ୍ୟମ ରେ ଲୋକ ମାନ ଙ୍କୁ ସଚେତନ କରାଯାଇଥିଲା।ଏହି କାର୍ଯ୍ୟ କ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ ବିପ୍ରବର ବେହେରା,ସୁଜିତ୍ କୁମାର ବେହେରା ,ସୁବ୍ରତ ଦାସ,ପ୍ରଜ୍ଞାନ ପ୍ରୟାସ ଜେନା ପ୍ରମୁଖ।”





