ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ଦ୍ବାରା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ।


-ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଜନ ମଙ୍ଗଳ(ରାସୋଳ)ତରଫରୁ ବସ୍ତ୍ର ଦାନ। ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ର ପରିସର କୁ ବ୍ଯାପକ କରାଯାଇ ରାସୋଳ ଠାରୁ ପ୍ରାୟ 100 କିଲୋ ମିଟର ଦୂର ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକ ମରୁଆବିଲ ଗ୍ରାମ ପଞ୍ଚାୟତ ର ଦୁଇ ନମ୍ବର ୱାର୍ଡ ଆଦିବାସୀ ଅଧ୍ଯୁଷିତ,ବଣ ଜଙ୍ଗଲ ଘେରା ଏକ ଉପାନ୍ତ ଗ୍ରାମ ଶେଣ୍ଢଷର(ରାମିଆ ସାହି)ଠାରେ ଜନ ମଙ୍ଗଳ(ରାସୋଳ) ର ସେବକ ତଥା ମୋ ଗାଁ ମୋ ସମ୍ମାନ ଅଭିଯାନ ର ଶେଣ୍ଢଷର ଗ୍ରାମ ମୁଖ୍ୟ ସିଦୁ ମୁଣ୍ଡା ଙ୍କର ନେତୃତ୍ବ ରେ ଓ ସଂଗଠନ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂଗଠନ ର ସଭାନେତ୍ରୀ ନିରୁପମା ମିଶ୍ର,ସେବକ ନିରାକାର ବୈଦ୍ୟ,ବିଚିତ୍ର ବେହେରା ଭାଇ ଙ୍କ ସହଯୋଗ ରେ ପୂର୍ବ ରୁ ସଂଗୃହୀତ ନୂତନ ଏବଂ ବ୍ଯବହାର ଯୋଗ୍ୟ ବସ୍ତ୍ର(ଶାଢୀ,ସାର୍ଟ,ପ୍ଯାଣ୍ଟ୍,ଛୋଟ ପୁଅ ଝିଅ ମାନଙ୍କର ପୋଷାକ),ଶୀତ ପୋଷାକ,ଶୀତ ଟୋପି,କୁ ଶତାଧିକ ଆବାଳ ବୃଦ୍ଧ ବନିତା ଙ୍କୁ ସହୃଦୟତା ର ସହିତ ବଣ୍ଟନ କରାଯିବା ସହିତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ପେନ୍ ଓ ଚକୋଲେଟ ପ୍ରଦାନ କରି ସବୁରି ମୁହଁ ରେ ହସ ଭରିବାର ଏହି ସେବା କାର୍ଯ୍ୟ କୁ ସୂଚାରୁ ରୂପେ ସମ୍ପାଦନ କରାଯାଇଛି।
ଆଗାମୀ ଦିନରେ ଏତାଦୃଶ ସେବା କୁ ସାରା ଓଡିଶା ରେ ବ୍ଯାପକ କରାଯିବ ବୋଲି ସଂଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶତପଥୀ ଦୃଢୋକ୍ତି ପ୍ରଦାନ କରିବା ସହିତ ସଂଗଠନ କୁ ସହଯୋଗ ର ହାତ ବଢାଇବା କୁ ଅନୁରୋଧ କରିଥିଲେ l




