Country

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

 

ହରଭଙ୍ଗା 16/1(ଚିତ୍ତ ରଞ୍ଜନ ସିଂ ) ଓଡିଶା ସରକାର ଙ୍କ ଜଳସମ୍ପଦ ବିଭାଗ ବୌଦ୍ଧ କ୍ଷୁଦ୍ର ଜଳ ସେଚନ ଆନୁକୂଲ୍ୟ ରେ ହରଭଙ୍ଗା ବ୍ଲକ ପଲସା କୁଟୁଣୀ ଡ୍ୟାମ ନିକଟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ହରଭଙ୍ଗାବ୍ଳକ ଉପାଧକ୍ଷ ସୋରଜ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବ ରେ ବୌଦ୍ଧ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧକ୍ଷୀଣ ଯନ୍ତ୍ରୀ ମନରଞ୍ଜନ ହାଁସାଦା,ଏସ ଡି ଓ ଧରଣୀ କିସାନ,ସନ୍ତୋଷ ମହାପାତ୍ର,ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଜ୍ଞାନ ରଂଜନ ଦିଗାଲ,ବ୍ଳକ କୃଷି ଅଧିକାରୀ ସବ୍ୟ ସାଚି ଦାସ,ପୁରୁଣାକଟକ ମତ୍ସ ଅଧିକାରୀ ରାକେଶ ସ୍ୱାଇଁ,କ୍ଷୁଦ୍ର ଜଳ ସେଚନ କନିଷ୍ଟ ଯନ୍ତ୍ରୀ ରମେଶ ରାଉତ ପ୍ରମୁଖ ଉପସ୍ଥିତ ରହି ପାଣି ପଞ୍ଚାୟତର ଗଠନ ଭୂମିକା,ଜଳ ସମ୍ପଦ ସୁରକ୍ଷା ଓ ସୁ ପରିଚାଳନା ନେଇ ଯୋଗ ଦେଇଥିବା କୃଷକ ସାଥି ଏସଏଚଜି ମହିଳା ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ l ଏପରିକି ପଲସାକୁଟୁଣୀ ଡ୍ୟାମ ର ପୁନଃରୁଦ୍ଧାର କରାଯାଇ ଚାଷୀ କିପରି ସୁବିଧା ରେ ପାଣିପାଇ ପାରିବେ ତୁରନ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ବୋଲି ଉପାଧକ୍ଷ ସରୋଜ ପ୍ରଧାନ ଦାବି କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ବ୍ଲକର ପାଣି ପଞ୍ଚାୟତ ଗଠନ ର ସଭାପତି, ସମ୍ପାଦକ, ମହିଳା ଗୋଷ୍ଠୀ, ଶତାଧିକ ଚାଷୀ ପୁରୁଷ ମହିଳା ଯୋଗଦେଇ ଥିଲେ l କାର୍ଯ୍ୟକ୍ରମ କୁ ଏସ ଡି ଓ ବିଭୁତି ମାଝୀ ପରିଚାଳନା କରିଥିବା ବେଳେ ଶେଷରେ କୃତିପ୍ରତି ଯୋଗିତା ଙ୍କୁ ପୁରସ୍କୃତ କରାଯାଇଥିଲା l

Related Articles

Back to top button