State

ସଦାଶିବପୁର ଠାରେ ରେ ଓଡିଶା ବ୍ରାହ୍ମଣ ମହାସଂଘ ର ବୈଠକ

ଢ଼େଙ୍କାନାଳ ଜିଲା ସଦାଶିବପୁର ନୂଆସାହି ଶିବ ମନ୍ଦିର ପରିସରରେ ଓଡିଶା ବ୍ରାହ୍ମଣ ମହାସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦାଶିବପୁର ଗ୍ରାମର ସ୍ୱପ୍ନେଶ୍ୱର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରରେ ଓଡିଶା ବ୍ରାହ୍ମଣ ମହାସଂଘ ର ସଭାପତି ସଦାନନ୍ଦ ଦୀକ୍ଷିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ରାହ୍ମଣ ମାନେ ସଂଗଠିତ ହୋଇ ନିଜର ମୈାଳିକ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ଆହ୍ୱାନ ଦେଇଥିଲେ । ଓଡିଶା ବ୍ରାହ୍ମଣ ମହାସଂଘ ର ତୈମାସିକ ପତ୍ରିକା ବ୍ରହ୍ମ ସନେ୍ଦଶ ସମ୍ପାଦକ ତଥା ରାଜ୍ୟ ଯୁଗ୍ମ ସମ୍ପାଦକ ନିରଞ୍ଜନ ତ୍ରିପାଠୀ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଅଟଳ ବିହାରୀ ଦାଶ, ମୋହନ ମୁରାରୀ ମିଶ୍ର, ହିନେ୍ଦାଳ ସଭାପତି ମାୟାଧର ପାଳ, ପରଜଙ୍ଗର ମଦନମୋହନ ତ୍ରିପାଠୀ ଓ ତାଳଚେର ସଭାପତି କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ବ୍ରାଡ୍ମଣ ମାନେ ସଂଗଠିତ ହୋଇ ଲଢେଇ କରି ଦାବି ହାସଲ ଉପରେ ଆଲୋକପାତ କରିଥିଲେ । ଢେଙ୍କାନାଳ ଜିଲା ବ୍ରାହ୍ମଣ ମହାସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ କୁଚକ୍ରଧର ତ୍ରିପାଠୀ ପରିଚାଳନା କରିଥିଲେ । ବ୍ୟୋମକେଶ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button