State
ଛତିଆ ପ୍ରେସ କ୍ଳବ୍ ପକ୍ଷରୁ ମକର ମିଳନ ଅନୁଷ୍ଠିତ।


ଛତିଆ, ୧୫।୧, ଆ: ପ୍ର) ପୁରାଣ ପ୍ରସିଦ୍ଧ ଶୈବ ପୀଠ ଝଡେଶ୍ୱର୍ ମହାଦେବ ଙ୍କ ମନ୍ଦିର ପରିସରରେ ଛତିଆ ପ୍ରେସ କ୍ଳବ୍ ପକ୍ଷରୁ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥି ରେ ପ୍ରେସ କ୍ଲବ୍ ର ସଦସ୍ୟ ମାନେ ଉପସ୍ଥିତ ରହି ପରସ୍ପରକୁ ମକର ମିଳନ ର ଶୁଭ କାମନା ଜଣାଇ ଥିଲେ। ପ୍ରେସ କ୍ଳବ୍ ର ମୁଖ୍ୟ ପରାମର୍ଶ ଦାତା ସୈଳେନ୍ଦ୍ର ସାହୁ ଏହି ମିଳନ କୁ ସ୍ବାଗତ କରିଥିବା ବେଳେ , ବରିଷ୍ଠ ସାମ୍ବାଦିକ ତଥା ପ୍ରସ୍ କ୍ଳବ୍ ଉପ ସଭାପତି କାର୍ତ୍ତିକ ଚନ୍ଦ୍ର ରାଉତସଭା କାର୍ଯ୍ୟ ପରିଚାଳନା କରିଥିଲେ,ପ୍ରସ୍ତାବ କ୍ରମେ ପ୍ରେସ କ୍ଲବ ପକ୍ଷରୁ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା ହୋଇ ଥିବା ବେଳେ, ସାଧାରଣ ସମ୍ପାଦକ ଉମାକାନ୍ତ ବେହେରା ଓ ସଭାପତି ବ୍ରଜ ଗୋପାଳଦାସ ପ୍ରେସ କ୍ଳବ୍ ପକ୍ଷରୁ ଅନୁଷ୍ଠିତ ମକର ମିଳନ କୁ ସଫଳ କରିଥିବା ରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ।ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




