ୱେବ୍ ମିଡିଆ ସଂଘର ସଭାପତିଙ୍କ ମାତୃ ବିୟୋଗ ।


ବୌଦ୍ଧ-୧୫/୦୧-(ହୃଦାନନ୍ଦ ମେହେର)-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ମନମୁଣ୍ଡା ଗ୍ରାମର ବୌଦ୍ଧ ଜିଲ୍ଲା ୱେବ୍ ମିଡିଆ ସଂଘର ସଭାପତି ଅକୁର ବେହେରାଙ୍କ ମାଁ ତଥା ଧର୍ମ ପରାୟଣା ଶ୍ରୀମତି କର୍ପୁରୀ ବେହେରାଙ୍କ ସୋମବାର ଅପରାହ୍ନ ୧୨ ଘଣ୍ଟା ସମୟରେ ବୁର୍ଲା ଡାକ୍ତରଖାନା ଠାରେ ୬୬ ବର୍ଷ ବୟସରେ ପରଲୋକ ହୋଇ ଯାଇଛି l ଏ ଦୁଃଖଦ ଖବର ପ୍ରଚାରିତ ହେବା ପରେ ଆତ୍ମୀୟ ସ୍ବଜନ, ବନ୍ଧୁ ପରିବାର ଓ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ମର ଶରୀରର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଅଞ୍ଚଳ ଜନସାଧାରଣ| ବୁର୍ଲାରୁ ତାଙ୍କ ମର ଶରୀର ମନମୁଣ୍ଡା ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ତେଲ ନଦୀ ସ୍ଥିତ ସ୍ବର୍ଗଦ୍ଵାର ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ତାଙ୍କର ମୃତ୍ୟୁ ବେଳକୁ ବଡ଼ପୁଅ ଅକୁର ବେହେରା, ମଝିଆ ପୁଅ ଶଙ୍କର ବେହେରା, ସାନପୁଅ ବିପ୍ର ବେହେରା ଏବଂ ପୁତ୍ର ବଧୂ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ | ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ




