State

ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ମକର ମିଳନ।

 

ବୌଦ୍ଧ-୧୫/୦୧-(ହୃଦାନନ୍ଦ ମେହେର)-ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ମକର ମିଳନ ଉତ୍ସବ ସ୍ଥାନୀୟ ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏକାଡେମୀର ଉପସଭାପତି ତଥା ଶିଶୁ ସାହିତ୍ୟିକ,ସ୍ତମ୍ଭ ଲେଖକ ଧ୍ରୁବ ଚରଣ ଘିବେଲା ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ବରିଷ୍ଠ ଅଧିବକ୍ତା ସାକ୍ଷୀଗୋପାଳ ପ୍ରଧାନ, ସମ୍ମାନୀତ ଅତିଥି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଲେଖକ ଦେବରାଜ ନାଏକ ମକର ସଂକ୍ରାନ୍ତି ଦିବସର ମହତ୍ୱ ଓ ସାହିତ୍ୟ ଉପରେ ଆଲୋଚନା କରିଥିବା ବେଳେ ମୁଖ୍ୟ ବକ୍ତା ବୌଦ୍ଧ ପଞ୍ଚଯାତ ମହାବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଅଧ୍ୟାପକ ପ୍ରତାପ କୁମାର ରଥ ଫକୀର ମୋହନ ସାହିତ୍ୟ ଏବଂ ମକର ଉତ୍ସବର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ l ରାଜକୁମାର ପ୍ରଧାନ, ଟଙ୍କଧର ସାହୁ, ନିବାଶ ନାୟକ, ଦେବେନ୍ଦ୍ର ମିଶ୍ର, କାର୍ତ୍ତିକେଶ୍ୱର ନାୟକ, ଚିତ୍ତରଞ୍ଜନ ବେହେରା, ସୁଜ୍ଞାନ ବାଘ, ରମେଶ କୁମାର ମେହେର, ଧ୍ରୁବ ଚରଣ ଘିବେଲା, ଦେବରାଜ ନାଏକ ପ୍ରମୁଖ ନିଜ ନିଜର ସ୍ୱରଚିତ ମକର ସମ୍ପର୍କିତ କବିତା ଗୁଡିକ ଆବୃତ୍ତି କରିଥିଲେ l କବି ନିବାଶ ନାୟକ କବିତା ପାଠର ସଂଯୋଜନା କରିଥିଲେ l ରମେଶ କୁମାର ମେହେର ଅତିଥି ପରିଚୟ କରିଥିବା ବେଳେ ରାଜକୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ l ପ୍ରକାଶ ଥାଉକି ଆସନ୍ତା ତା ୨୧/୦୧/୨୦୨୪ ରିଖ ସ୍ଥାନୀୟ କର୍ମଚାରୀ ଭବନ ଠାରେ ଏକା ଡେମୀର ବାର୍ଷିକ ଉତ୍ସବ ପାଳନ କରାଯିବ ଏବଂ ପ୍ରତି ମାସର ଶେଷ ରବିବାର କବିତା ପାଠ କରାଯିବ ତେଣୁ ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟପ୍ରେମୀ ବନ୍ଧୁ ମନେ ଉପସ୍ଥିତ ରହିବାକୁ ଅନୁଷ୍ଠାନର ଉପସଭାପତି ଶ୍ରୀ ଘିବେଲା ସୂଚନା ଦେଇଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button