Country

ଐତିହାସିକ ଅମରା ବତୀ ମଠ ପରିସରରେ ସନ୍ଥ ହାଡ଼ି ଦାସ ଙ୍କ ୨୫୨ତମ ଜୟନ୍ତୀ ପାଳିତ।

ଛତିଆ,୧୫।୧,(ଆ : ପ୍ର) ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ସ୍ତିତଛତିଆ ଐତିହାସିକ ଅମରା ବତୀ ମଠ ପରିସରରେ ସନ୍ଥ ହାଡ଼ି ଦାସ ମହାପୁରୁଷ ଙ୍କ ୨୫୨ ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ପ୍ରାକ୍ତନ ସାଂସଦ ସ୍ବର୍ଗତ ମୋହନ ଜେନା ଙ୍କ ଅନୁଗାମୀ ମାନଙ୍କ ପକ୍ଷରୁ ପାଳିତ ହୋଇଥିଲା। ପ୍ରମ୍ଭରୁ ତ୍ରିନାଥ ପୁର ସ୍ଥିତ ମା ବୀଣାପାଣି ଙ୍କ ବିଜେ ସ୍ଥଳୀ ତଥା ମହାପୁରୁଷ ଙ୍କ ବୃତ୍ତି ପୀଠ ରୁ ଘଟ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଯାଇ ସେଠାରୁ ଜନ୍ମ ପୀଠ ଚମ୍ପା ପୁର ରୁ କର୍ମ କ୍ଷେତ୍ର ଦ୍ଵିତୀୟ ଶ୍ରୀ କ୍ଷେତ୍ର ଛତିଆ ବଟ ଠାରେ ପହଞ୍ଚି ଥିଲେ।

କମ୍ପାନୀ ବଜାର ସ୍ଥିତ ମା ମଙ୍ଗଳାଙ୍କ ପୀଠରେ ପୂଜକ ରବୀନ୍ଦ୍ର ନାଥ ସିଂ ପୂଜା ଅର୍ଚ୍ଚନା କରିଥିଲେ।

ପରେ ବଜାର ପରିକ୍ରମା କରାଇ ଐତିହାସିକ ଅମରା ବତୀ ମଠ ପରିସରକୁ ନିଆ ଯାଇ ଥିଲା। ଏହି ପରିକ୍ରମା ସମୟରେ ସୁଶାନ୍ତ କୁମାର ସାହୁ,ଧୀରେନ୍ଦ୍ର କୁମାର ପାତ୍ର ବଜାର କମିଟି ପକ୍ଷରୁ ପୂଜା କରାଯାଇ ଥିଲା। ସମାଜ ସେବୀ ଅନନ୍ତ କିଶୋ ର ସେନ୍ଦ୍ଧ, ବିଦ୍ୟାଧର ବେହେରା, ମାୟାଧର ବେହେରା, ମହେଶ୍ୱର ବେହେରା,ଉଦୟନାଥ ପ୍ରଧାନ,ସୁମିତ୍ରା ପ୍ରଧାନ, ରଞ୍ଜିତା ସ୍ୱାଇଁ, ସରସ୍ୱତୀ ସ୍ୱାଇଁ, ଗୁରୁ ପ୍ରସାଦ ସେଣ୍ଡ୍, ଲକ୍ଷ୍ମୀ ଧର ବେହେରା ପ୍ରମୁଖ ଅନୁଗାମୀ ମାନେ ଏହି କର୍ଯ୍ୟ କ୍ରମ ର ନେତୃତ୍ୱ ନେଇ ଥିଲେ। ପୂଜକ ସୈଲେନ୍ଦ୍ର ଦାସ ମକର ଲାଗି କରିବା ପରେ ପୂଜା ଅର୍ଚ୍ଚନା କରିଥିଲେ।

 ମାଳିକା ଗବେଷକ ଜିତେନ୍ଦ୍ର ଖଟୁଆ ମହାପୁରୁଷଙ୍କ ଦିବ୍ୟ ଜୀବ ନ ଉପରେ ଆଲୋକ ପାତ କରିଥିଲେ। ସତ୍ୟ ପ୍ରସାଦ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related Articles

Back to top button