State

ରାସ୍ତାରେ ପଡିଯାଇଥିବା ଅପୋ ଫୋନ ଫେରିପାଇଲେ  ଫୋନ ମାଲିକ

ଗନ୍ଦିଆ ତା 13/01/2023 ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମର ରବୀନ୍ଦ୍ର କୁମାର ଜେନା ଜଗନ୍ନାଥ ଧାମ ପୁରୀରୁ ଫେରୁଥିବା ସମୟରେ ଯାଜପୁର ଜିଲ୍ଲା ବଇରୀ ଥାନା ଅନ୍ତର୍ଗତ ସମିଆଁ ଛକ ନିକଟ ରାସ୍ତାକଡ଼ରୁ ଏକ ଓପୋ ଫୋନ ପାଇଥିଲେ l ଫୋନ ମାଲିକ ଚକ୍ରଧର ସାୟନ୍  ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ରୁ ଛତିଆ ରାସ୍ତାରେ ଯାଉଥିବା ସମୟରେ ଫୋନ  ଟି ଅଜଣା ସ୍ଥାନରେ ଖସିପଡ଼ିଥିଲା ପରେ ସେ ରବୀନ୍ଦ୍ର କୁମାର ଜେନା ଙ୍କୁ ଫୋନ କରି ଫୋନ ଟି ସୁରକ୍ଷିତ ଅଛି ଜାଣିପାରିଥିଲେ ଏବଂ ନିଜର ଫୋନ ଟି ନେବାପାଇଁ ସେ ଖଙ୍କିରା ଆସି ତାଙ୍କର ଫୋନଟି ଫେରିପାଇ ଅତ୍ୟନ୍ତ ଖୁସି ହୋଇଥିଲ ଏବଂ ରବୀନ୍ଦ୍ର କୁମାର ଜେନାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଗନ୍ଦିଆରୁ ମନୋରଞ୍ଜନ ମହାପାତ୍ରଙ୍କ ରିପୋର୍ଟ ସମର୍ଥ ନିୟୁଜ l

Related Articles

Back to top button