ଶତାୟୁ,ବି.ବି. ହାଇସ୍କୁଲ ଢେଙ୍କାନାଳର ୧୯୭୯ ବ୍ୟାଚ୍ର ୪୫ ବର୍ଷ ପାଳନ ପୂ୍ର୍ତ୍ତି ଉପଲକ୍ଷେ ବନ୍ଧୁ ମିଳନ-୨୦୨୪ ଅନୁଷ୍ଠିତ


ଢେଙ୍କାନାଳ : ତା.୧୪।୧୲ ୨୦୨୪ ରିଖ ( ) : ପ୍ରତ୍ୟେକ ଛାତ୍ରଙ୍କ ପ୍ରଥମ ଗୁରୁ ହେଉଛନ୍ତି ପିତା ମାତା। ଏଣୁ ପିତା ମାତାଙ୍କ ସେବା କରିବା ଓ ତାଙ୍କ ଆଶୀର୍ବାଦ ଲାଭ କଲେ ଆଗକୁ ବଢ଼ିବା ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ ପାଇଛି ।ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ୧୯୭୯ ମାଟ୍ରିକ୍ ବ୍ୟାଚ୍ର ୪୫ ବର୍ଷ ପାଳନ ପୂ୍ର୍ତ୍ତି ଉପଲକ୍ଷେ ବନ୍ଧୁ ମିଳନ-୨୦୨୪ ମହାସମାରୋହରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ,ଜିଲ୍ଲା ସ୍ତରୀୟ ମୋ ସ୍କୁଲ୍ କ୍ୟାମ୍ପେନ ଟିମର ଦଳ ମୁଖ୍ୟ ତଥା ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର, କିଶୋର ଚନ୍ଦ୍ର ସାମଲ,ପ୍ରଫୁଲ୍ଲ କୁମାର ବିଶ୍ଵାଳ,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ କୁମାର ଜେନା,ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀଙ୍କ ସହଯୋଗରେ ୧୯୭୯ ବ୍ୟାଚ୍ର ୪୫ ବର୍ଷ ପାଳନ ପୂ୍ର୍ତ୍ତି ଉପଲକ୍ଷେ ବନ୍ଧୁମିଳନ ତଥା ‘ମୋ ସ୍କୁଲ ଅଭିଯାନ’ର ଆଲୁମିନି – ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ଵରୂପ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ କହିଥିଲେ । ଗୁରୁ ଶିକ୍ଷାଦାନ କରି ଶିଷ୍ୟଠାରୁ କିଛି ପାଇବାର ଆଶା ରଖୁନଥାନ୍ତି। ଯେଉଁ ଗୁରୁମାନେ ଶିକ୍ଷାଦାନ ବଦଳରେ କିଛି ପାଇବାକୁ ଆଶା କରନ୍ତି ସେମାନେ ଗୁରୁ ନହୋଇ ଅଧମ ବୋଲି ସମସ୍ତ ଗୁରୁଜୀ ବୃନ୍ଦ ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ଶତପଥୀ,ତ୍ରିଲୋଚନ କର,ମାୟାଧର ନାୟକ,ଅନ୍ତର୍ଯ୍ୟାମୀ ତ୍ରିପାଠୀ ପ୍ରମୁଖ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କ ଗହଣରେ ଉପସ୍ଥିତ ଥିଲେ। ସେମାନଙ୍କୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁଙ୍କ ଦ୍ବାରା ଛାତ୍ରୀ,ଛାତ୍ରମାନଙ୍କୁ ଗୋଟିଏ ଗୋଟିଏ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।ସମାଜସେବୀ ରାମ ପାତ୍ର,ପୌର ପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର,ଜ୍ୟୋତିଦୀପ୍ତ ପଟ୍ଟନାୟକ, ହିମାଂଶୁ ମଲ୍ଲିକ,ପ୍ରଦୀପ ସିଂ,ଅନିଲ ମହାପାତ୍ର,ବିଭୁ ରଞ୍ଜନ ରଥ,ବିନାୟକ ନନ୍ଦ,ବିଶ୍ନୁ ପ୍ରସାଦ ଲେଙ୍କା,ଜେନାମଣି ଦିଲ୍ଲୀପ କୁମାର ରାୟ,ପ୍ରଣବ ଦାସ,ଶତ୍ରୁଘ୍ନ ବେହେରା,ସତ୍ୟବ୍ରତ ମାଟିଆ ମିଶ୍ର,ସ୍ଵର୍ଣ୍ଣମୟୀ ଶତପଥୀ,ବରିଷ୍ଠ ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପକ ଡଃ ନିର୍ମଳ ସୁନ୍ଦର ମିଶ୍ର ଓ ନମିତା ପଣ୍ଡା ପ୍ରମୁଖ ସମସ୍ତ ଉପସ୍ଥିତ ଛାତ୍ରୀ ଛାତ୍ର କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଏଥିରେ ପ୍ରାକ୍ତନ ଛାତ୍ରୀ,ଛାତ୍ରମାନେ ସେମାନଙ୍କ ସ୍କୁଲ୍ ଜୀବନର ଅଭୁଲା ଚିର ସବୁଜ ସ୍ମୃତିରାଜି ଓ ସ୍ଵ ସ୍ଵ ଅଭିଜ୍ଞତା ସବୁକୁ ପ୍ରକାଶ କରି ଗୁରୁମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୯୭୯ ବ୍ୟାଚ୍ର ୭୫ ଜଣ ପୁରାତନ ଛାତ୍ରୀଛାତ୍ର ଓ ପରିବାର ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରମୁଖ ଯୁଗ୍ମ ସଂଯୋଜକମାନଙ୍କ ପକ୍ଷରୁ ଜବାହର ତ୍ରିପାଠୀ ସମସ୍ତଙ୍କର ସଦୟ ଉପସ୍ଥିତି ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ





