Religion

ସାକୁସୀଙ୍ଗା ଗ୍ରାମରେ ମକର ମେଳା ପାଇଁ କଳସ ଯାତ୍ରା ଅନୁଷ୍ଠିତ

 

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ୍ ଧଳପୁର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାକୁସିଙ୍ଗା ଗ୍ରାମ ସ୍ଥିତି ଶିବ ବାବା କାସୀ ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ପ୍ରଭୁ ଜୀ ଙ୍କ ଦ୍ୟାରା ପ୍ରତିଷ୍ଠା କରା ଯାଇଥିବା ବିଶ୍ଵଶାନ୍ତି ମକରଯାତ୍ରା ଓ ମହା ଜଞ୍ଜ 16 ତମ ଜନ୍ମ ଜୟନ୍ତୀ ପାଳନ କରାଯିବ ଅବସରରେ 108 ରୁ ଅଧିକ୍ ସଂକଳ୍ପ ଧରି ମହିଳା ଓ ପୁରୁଷମାନେ ମହାନଦୀ ରୁ ଜଳ ପୂର୍ଣ୍ଣ କଳସ ମୁଣ୍ଡରେ ହାତ ରେ ଧରି ଏକ୍ ସୁଶୋଭିତ ପଟୁଆରରେ ବାଲି ଘାଟ ନିକଟରୁ 1008 ରାମ ନାମ japa 108 ଶିବ ପଞ୍ଚାକ୍ଷର ମନ୍ତ୍ର ଜପ ପୂର୍ବକ ବ୍ରାହ୍ମଣ ଙ୍କ ଦ୍ୟାରା କଳସ ପୂଜା, ସାରିବା ପରେ ସୁ ଶୋଭିତ ପଦଯାତ୍ରାରେ ଢୋଲ ମହୁରୀ ମୃଦଙ୍ଗ ଓ ନାମ ସଙ୍କୀର୍ତ୍ତନ ମଧ୍ୟରେ ଗ୍ରାମ ପରିକ୍ରମା କରି ଜାଞ୍ଜ ମଣ୍ଡପରେ କଳସ ଆଣି ସ୍ଥାପନ କରିଥିଲେ ଏହାପରେ ପ୍ରତିଷ୍ଠାତା ଭକ୍ତ ପ୍ରଭୁ ଜୀ ଙ୍କ ଦ୍ୟାରା ଅଶ୍ଵତ୍ଥ ଏକ ଦ୍ରୁମ ଗଛ ଲଗାଯାଇଥିଲା, ପରେ ପରେ ହନୁମାନ ଚାଳିଶା, ସୁନ୍ଦର୍ କାଣ୍ଡ ପାଠ କରାଯାଇଥିଲା ଓଡିଶା ର ବିଭିନ୍ନ୍ ସ୍ଥାନରୁ ମହେନ୍ଦ୍ରଗିରି ପର୍ବତରୁ ନାଗା ସାଧୁ ପରମାନନ୍ଦ ବାବା, ମଣିଭଦ୍ରା ରୁ ଅଶୋକ ବାବା ଶିଶୁ ପଥର ସାଧୁ ଯୋଗୀ ବାବା ଯୋଗ ଦେଇ ଥିବାର କମିଟି ପକ୍ଷରୁ ସୂଚନା ଦିଆଯାଇଛି

Related Articles

Back to top button