୧୯୮୯ ମସିହା ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯକ୍ରମ।


ଆଜି ଛତିଆ ସେବକ ଜରାନିବାସ ଠାରେ ବାଗ୍ମୀ ବିଶ୍ୱନାଥ ବିଦ୍ୟା ନିକେତନ ମୂଳ ବସନ୍ତ 1989ମାଟ୍ରିକ ବ୍ୟାଚ ର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି, ଏକ ନିଆରା ଢଙ୍ଗ ରେ ଏହି ବ୍ୟାଚ ର ଛାତ୍ର ଛାତ୍ରୀ ପ୍ରଥମେ ବିଦ୍ୟାଳୟ ର ଗୁରୁଜୀ ବାବାଜୀ ଚରଣ ମହାନ୍ତି ତ୍ରୈଲୋକ୍ୟ ବିହାରୀ ଦାସ କେଶବ ଚନ୍ଦ୍ର ରାଉତ ଓ ହରିହର ବିଶ୍ୱାଳ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ, ମୂଲ୍ୟବାନ ଉପହାର ପ୍ରଦାନ କରିଥିଲେ, ଗୁରୁଙ୍କୁ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ, ସମସ୍ତେ ସମସ୍ତ ଙ୍କୁ କୋଳେଇ ନେଇ ଅତୀତର ସ୍ମୃତି କୁ ମନେ ପକାଇଥିଲେ, ଜରାଶ୍ରମ ରେ ରହୁଥିବା ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଖୁଆଇ ପିଆଇ ଖୁସି କରାଇଥିଲେ, ସେମାନଙ୍କର ସେବା ଯତ୍ନ ମଧ୍ୟ କରିଥିଲେ, ଜୟଶ୍ରୀ କର ଭାଗ୍ୟଧର ଦାସ ଦେବେନ୍ଦ୍ର ବାରିକ ଅନନ୍ତଭଦ୍ର ଚନ୍ଦ୍ର କାନ୍ତ ମିଶ୍ର ରବୀନ୍ଦ୍ର ସାହୁ ନେତ୍ରଆନନ୍ଦ ରାଉତ ପ୍ରସନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ, ସେବକ ର ସଭାପତି ସୁରେଶ ବିଶ୍ୱାଳ ଆଶ୍ରମ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ





