ମା’ ଶାରଳାଙ୍କ କ୍ଷେତ୍ରରୁ ବାହାରିଲା ଅର୍ପଣ ରଥ ! ବହୁ ବ୍ୟକ୍ତି ସାମିଲ ହେଲେ ସ୍ବାଗତ ସମାରୋହରେ !

ତିର୍ତ୍ତୋଲ ::- ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା’ଶାରଳା ଙ୍କ ପୀଠ ରୁ ଅର୍ପଣ ରଥ ବାହାରି କନକପୁର ପଞ୍ଚାୟତରେ ବିଭିନ୍ନ ମଠ ମନ୍ଦିର ଠାରୁ ଆରମ୍ଭ କରି ଜନବସତି ମାନଙ୍କରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଗତ କରାଯାଉ ଥିବାର ଦେଖିବାକୁ ମିଳିଥିଲା। ପଞ୍ଚାୟତର ସରପଞ୍ଚ ରେବତୀ ମହାନ୍ତି ଙ୍କ ନେତୃତ୍ୱରେ ଓ ଯୁବ ସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ସ୍ବାଗତ କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ଗୌତମ ପରିଜା ଜି ଆର୍ ଏସ୍ ଶୁଭେନ୍ଦୁ ମୁଦୁଲି , ସି ଆର୍ ପି ଅପରାଜିତା ଦାଶ , ନାୟବ ସରପଞ୍ଚ ପଦନ ସେଠୀ ଙ୍କ ସମେତ ୱାଡ ସଭ୍ୟା ସସ୍ମିତା ଦାସ, ସୁମିତ୍ରା ମହାନ୍ତି ଓ ରେଣୁକା ନାୟକ ପ୍ରମୁଖ ଯୋଗଦେଇଥିବା ବେଳେ , ସମସ୍ତ ଏସ ଏସ ଜି ଗ୍ରୁପ , ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ମାନେ ମଧ୍ୟ ପରିଚାଳନା କରିଥିଲେ। ଝଙ୍କଡ଼ ସାରଳାମନ୍ଦିର ସମ୍ମୁଖରୁ ଏହି ଅର୍ପଣରଥ ପରିକ୍ରମାର ଶୁଭାରମ୍ଭ ହୋଇ କନକେଶ୍ୱର୍ ମହାଦେବ , ହନୁମାନ ମନ୍ଦିର , ଜାଗୁଳାଇ, ବ୍ରଜବିହାରୀ , ଗୋବିନ୍ଦଜୀଉ , ଭେଟ୍ଟବର୍ , ଲଣ୍ଡାଦେଉଳ, ଗୋପାଳ ଜୀଉ , ମୁଣ୍ଡ ଟଙ୍ଗା ବର୍ ଗଛ , ତାରାଦେଈ , ଛତ୍ରମଠ ଆଦି ଧର୍ମପୀଠ ଓ ଜନବସତି ଆଦି ପରିକ୍ରମା କରିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ରଜନୀ କାନ୍ତ ରାଉଳ , ପ୍ରକାଶ ସିଂହ , ଲଳିତ ମହାନ୍ତି , ସୁରେନ୍ଦ୍ର ବିଶ୍ବାଳ , ଲକ୍ଷ୍ମୀଧର ଦାସ , ଈଂ ସୁମିତ ଦାସ , ରମେଶ ଚନ୍ଦ୍ର ରାଉଳ , ବିଜୟ ହାତୀ ଓ ସର୍ବେଶ୍ଵର ମଲ୍ଲିକ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




