Education

ହରଭଙ୍ଗାରେ ସଂସ୍କୃତି ଦିବସ ପାଳିତ 

ହରଭଙ୍ଗା ( ଚିତ୍ତରଞ୍ଜନସିଂ) : ଭାରତ ସରକାରଙ୍କ କ୍ରୀଡ଼ାଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ମୟୂରୀ ଯୁବକ ସଙ୍ଘ ଗୁଣ୍ଡୁରୀସାହି ମିଳିତ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସପ୍ତାହ ବା ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ଦ୍ୱିତୀୟ ଦିନରେ ହରଭଙ୍ଗା ନୋଡାଲ ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ସଂସ୍କୃତି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ମୁରଲୀଧର ରଣା, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଜିତେନ୍ଦ୍ର ଦେହୁରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରଦୀପ ନାଏକ ଯୋଗ ଦେଇ ଦିବସର ମହତ୍ୱ ଉପରେ ଛାତ୍ରଛାତ୍ରୀଙ୍କୁ ନିଜର ବକ୍ତବ୍ୟ ରଖିଥିଲେ l ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା l ନୃତ୍ୟ ବିଚାରକ ଭାବେ ସତ୍ୟରଞ୍ଜନ ବେହେରା, କାଞ୍ଚନ ମଲ୍ଲିକ, ସୁଶ୍ରୀ ସଂଗୀତା ଛୋଟରାୟ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରି ପୁରସ୍କୃତ କରିଥିଲେ l ଏହି ପ୍ରତିଯୋଗିତାରେ 20 ଜଣ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ନେହେରୁ ଯୁବକେନ୍ଦ୍ର ସ୍ବେଛାସେବୀ ତଥା ମୟୂରୀ ଯୁବକ ସଙ୍ଘର ସମ୍ପାଦକ ସୁଧିର ଦୀପ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଚିତ୍ତରଞ୍ଜନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l କୃଷ୍ଣଚନ୍ଦ୍ର କହଁର, ଶ୍ରୀକାନ୍ତ ଭୂୟାଁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Related Articles

Back to top button