Country
ବାଘପାଲି ରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ସ୍ବଚ୍ଛତା ହିଁ ବ୍ରତ, ସ୍ବଚ୍ଛତା ହିଁ କର୍ମ, ସ୍ବଚ୍ଛତା ହିଁ ଧର୍ମ, ସ୍ବଚ୍ଛତା ହିଁ ସେବା


ଉଲୁଣ୍ଡା ୧୨/୦୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବାଘପାଲି ଠାରେ ଚନ୍ଦ୍ରମଣି ଦାସ ଯୁବକ ସଂଘ ତରଫରୁ ସ୍ୱଚ୍ଛ ଭାରତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୱାଡ୍ ମେମ୍ବର ଶୁକଦେବ ପ୍ରଧାନ, ଅଙ୍ଗନୱାଡ଼ି କର୍ମୀ ସୀମାରାଣୀ
ଭୋଇ,ସ୍ଵେଚ୍ଛାସେବୀ ତଥା ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରି ଅତିଥି ଭାବରେ ଯୋଗଦେଇ ସ୍ବଚ୍ଛତା ଉପରେ ଆଲୋକପାତ କରିଥିଲେ। ଚନ୍ଦ୍ରମଣି ପୀଠ, ରାସ୍ତାଘାଟ, ମନ୍ଦିର, ପୋଖରୀ, ନଳକୂପ ଆଦି ସ୍ଥାନରେ ସଫେଇ କରାଯାଇଥିଲା। କ୍ଳବ୍ ର ସଭାପତି ପଦ୍ମଲୋଚନ ପ୍ରଧାନ ପରିଚାଳନା କରିଥିଲେ। ଚନ୍ଦ୍ରମଣି ଦାସ ଯୁବକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ହିମାଂଶୁ ପ୍ରଧାନ ଧନ୍ୟବାଦ ଅର୍ପଣ ଦେଇଥିଲେ।




