ନେଳିଆ ପଞ୍ଚାୟତ ରେ ଘର ରୁ ଘର ବୁଲୁଛି ଶ୍ରୀ ଜଗନ୍ନାଥ ଅର୍ପଣ ରଥ * ଗାଁ ଗଣ୍ଡାରେ ଭକ୍ତି ମୟ ପରିବେଶ।


ବଡ଼ଚଣା,୧୩।୧:(ନି; ପ୍ର) ପୁରୀ ଶ୍ରୀ ଜଗନ୍ନାଥପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବା ବେଳେ ଏବେ ଗାଁରୁ ଗାଁ ବୁଲୁଛି ଶ୍ରୀ ଜଗନ୍ନାଥ ଅର୍ପଣ ରଥ । ଏ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅଣ୍ଟର୍ଗତ ନେଳିଆ ପଞ୍ଚାୟତ ରେ ଗାଁ ରୁ ଗାଁ କୁ ବୁଲୁଛି ଶ୍ରୀ ଜଗନ୍ନାଥ ଅର୍ପଣ ରଥ ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନେଳିଆ ପଞ୍ଚାୟତ ରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିକ୍ର କରି ଥିଲେ । ଏହି ପବିତ୍ର ରଥ ପରିକ୍ରମା କୁ ସମ୍ମାନିତ ଅତିଥି ଭାବେ ବିଦ୍ୟାଧର ପୁର ସ୍ଥିତ ଇସ୍କନ ମନ୍ଦିର ର ମହାରାଜ ସଚୀପ୍ରାଣ ଧନ ଦାସ ଙ୍କ କରକମଳରେ ସ୍ଥାନୀୟ ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଗହଣରେ ଯାତ୍ରା ର ଶୁଭାରମ୍ଭ କରିଥିଲେ। ତେବେ ଗାଁ ରୁ ଗାଁ ବୁଲିବ ଏହି ଧର୍ମ ଜାଗରଣ ପରିକ୍ରମା ରଥ । ଗାଁ ରେ ଭକ୍ତିମୟ ହୋଇ ପଡିଛି ସମଗ୍ର ପରିବେଶ । ଘଣ୍ଟ ଘଣ୍ଟା ସାଙ୍ଗକୁ ହରି ନାମ,ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଉଛି ପୁର ପଲ୍ଲ ର ସମଗ୍ର ପରିବେଶ । ଶ୍ରୀ ଜଗନ୍ନାଥ ମହାପ୍ରଭୁ ଉଦ୍ଦେଶ୍ୟରେ ସମସ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ପ୍ରତି ଘର ର ମହିଳାମାନେ ରଥକୁ ପୂଜାର୍ଚ୍ଚନା କରିବା ସହ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି । ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇ ଥିବା ବେଳେ,ମୁଖ୍ୟ ଅତିଥି ଭାବେ ବିଧାୟକ ଅମର ପ୍ରସାଦ ଶତପଥୀ, ବଡ଼ଚଣା ପଞ୍ଚାୟତ ସମିତି ଅଧକ୍ଷା ମିନତି ସେନାପତି ,ପୂର୍ବତନ ଆତ୍ମାର ଅଧକ୍ଷ ନିରଞ୍ଜନ ସେନାପତି, ଛତିଆ ସମିତି ସଭ୍ୟ ଦୀପକ ସାହୁ, ନେଳିଆ ସମିତି ସଭ୍ୟ ଗୀତାଞ୍ଜଳି ବେହେରା,ପ୍ରାକ୍ତନ ବ୍ଲକ ଅଧକ୍ଷ ଭାଗ୍ୟଧର ମଲିକ ପ୍ରାକ୍ତନ ସରପଞ୍ଚ ବାସୁଦେବ ସ୍ୱାଇଁ କୈଳାସ ରାଉତ ନାଏବ ରସପଞ୍ଚ ଶ୍ରୀକାନ୍ତ ପାଲ, ପଞ୍ଚାୟତ ସଭାପତି ଧୀରେନ୍ଦ୍ର ନାଥ, ଅଶୋକ ତ୍ରିପାଠୀ, ମନୋଜ ନାୟକ, ନିରଞ୍ଜନ ବେହେରା, ଉମାକାନ୍ତ ବେହେରା, ଧୁନିଁବେହେର, ରବି ରଞ୍ଜନ ତ୍ରିପାଠୀ, କୈଳାସ ବେହେରା,ଶଙ୍କର ନାୟକ,ପର୍ଶୁରାମ ପାଲ, ଗଗନ କାନ୍ତ ବେହେରା, ସରୋଜ ସାହୁ, ଉଦ୍ଧବ ସାମଲ, ଉପେନ୍ଦ୍ର ସାହୁ, ସନ୍ତୋଷ ସାହୁ, ଲକ୍ଷ୍ମୀ ଧର ସାହୁ, ମଳୟ ସାହୁ, ହରି ପ୍ରସାଦ ସାହୁ, ସରୋଜ ସାହୁ, ରଞ୍ଜନ ସାହୁ କୃପାସିନ୍ଧୁ ପଧାନ ମମତା ସାହୁ ଶ୍ୟାମ ସୁନ୍ଦର ଘଡେଇ ପୂର୍ବତନ ସମିତି ସଭ୍ୟ ସଂଯୁକ୍ତା ଦେଉରି କପିଳ ରାଉତ ପ୍ରମୁଖ ଏହି ପରିକ୍ରମା ଯାତ୍ରା ର ଦାଇତ୍ୱ ତୁଲାଇଥିଲେ,ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ଥିଲେ।
ବ୍ୟୁରୋ ରିପୋର୍ଟ ସମର୍ଥ ନୀୟୁଜ୍



