ପ୍ରେସ ମିଟ ଜରିଆରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କର ଜନ୍ମୋତ୍ସବ ର ବାର୍ତ୍ତା


ତିର୍ତ୍ତୋଲ (ମତ୍ତଗଜପୁର) ::- ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କର ୧୩୬ ତମ ଜନ୍ମ ମହୋତ୍ସବ ଯେପରି ଶାନ୍ତି ଶୃଙ୍ଖଳାରେ ହୋଇ ପାରିବ ଏବଂ ତାର ପୂର୍ବ ପ୍ରସ୍ତୁତି କିପରି ରହିବା ବିଧେୟ ! ଏହି ବିଷୟକୁ ନେଇ କମିଟି ତରଫରୁ ଏକ ପ୍ରେସମିଟ ର ଆହ୍ୱାନ କରାଯାଇଥିଲା ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନିମୁଳ ପଞ୍ଚାୟତର ମତ୍ତଗଜପୁର ଗ୍ରାମ ପାଇକାନଦୀର ଅବବାହିକାରେ ଅତି ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଶ୍ରୀମନ୍ଦିର ପରିସରରେ ଆସନ୍ତା ଡିସେମ୍ବର ୨୧ ତାରିଖରେ ଆୟୋଜିତ ହେବାକୁ ଅଛି ଏକ ମହା ମହୋତ୍ସବ ! ଯେଉଁଠି ଅନୁକୂଳଚନ୍ଦ୍ରଙ୍କ ୧୩୬ ତମ ଜନ୍ମଦିବସ ପାଳନ କରାଯିବା ସହିତ ଊନବିଂଶ ବାର୍ଷିକ ଶ୍ରୀବିଗ୍ରହ ପ୍ରତିଷ୍ଠା ଉଦବୋଧନୀ ସ୍ମୃତି ସ୍ମରଣୌତ୍ସବ ବହୁ ବିଦ୍ୱାନ, ଗୁଣିଜ୍ଞାନୀ ମାନଙ୍କ ଉପସ୍ଥିତ ରେ ପାଳିତ ହେବାକୁ ଯାଉଛି !ଉକ୍ତ ଉତ୍ସବ ରେ ଠାକୁର ଅନୁକୂଳଚନ୍ଦ୍ର ଙ୍କର ଆବିର୍ଭାବକୁ ସ୍ମରଣ କରି ପରାମପୁଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ଆଶୀର୍ବାଦ ଓ ଐଶୀ ପ୍ରେରଣା ପ୍ରାପ୍ତ ନିମନ୍ତେ ସର୍ବଜନସାଧାରଣ ମାନଙ୍କୁ ଆହ୍ୱାନ କରାଯାଇ ଅଛି ! ସାମ୍ପ୍ରତିକ ସମାଜରେ ମଣିଷ ଆଧ୍ୟାତ୍ମିକ ଦିଗକୁ ଭୁଲିଯାଇ ଅନ୍ଧକାର ଆଡକୁ ଲକ୍ଷ୍ୟହୀନ ଭାବେ ମାଡିଚାଲିଛି ! ଯାହା ଫଳରେ ମଣିଷର ପଞ୍ଚମହାଜୀବନ ଦୁଃଖମୟ, ଅଶାନ୍ତିପୂର୍ଣ୍ଣ, ଅଭାବ ଅସୁବିଧାରେ ପୂର୍ଣ୍ଣ ହୋଇଥାଏ ବୋଲି ସତସଙ୍ଗ ସମୀକ୍ଷକ ମାନେ ମତ ଦେଇଥାନ୍ତି ! ଏହି ଉତ୍ସବ କମିଟିର ସଭାପତି ଶ୍ରୀ ନାନୁ ଚରଣ ରାଉତ ଥିବା ବେଳେ ଡକ୍ଟର ନଗେନ୍ଦ୍ର ନାଥ ସ୍ୱାଇଁ, ରତ୍ନାକର ନାୟକ, ବିଭୁତି ଭୂଷଣ ମହାନ୍ତି, ବାନାମ୍ବର ପୃଷ୍ଟି, ନିର୍ମଳ କୁମାର ଜେନା, ଫକୀର ଚରଣ ଜେନା, ରବୀନ୍ଦ୍ର କୁମାର ମହାପାତ୍ରଏବଂ ଅଧୀର କୁମାର ପରିଡା ଉପଦେଷ୍ଟା ମଣ୍ଡଳୀ ଅଟନ୍ତି ! ଉପସଭାପତି ଅର୍କଜ୍ୟୋତି ପାଣି ଓ ସୁଶାନ୍ତ ମହାପାତ୍ର ଥିବାବେଳେ ସମ୍ପାଦକ ଭାବେ ନିରଞ୍ଜନ ସେଠୀ ଓ ତିନି ଜଣ ଲେଖାଏଁ ଯୁଗ୍ମ ସମ୍ପାଦକ, ସହସମ୍ପାଦକ, ନଅ ଜଣ ସମୀକ୍ଷକ, ତିନିଜଣ କୋଷାଧକ୍ଷ, ଏବଂ ଏଗାର ଜଣ ସକ୍ରିୟ ଭାତୃସଦସ୍ୟ ଉପସ୍ଥିତ ରହି ଉତ୍ସବ କାର୍ଯ୍ୟକ୍ରମକୁ ପରିଚାଳନା କରିବେ ବୋଲି ପ୍ରେସମିଟ ରୁ ଜଣା ଯାଇଛି ! ଉକ୍ତ ପ୍ରେସମିଟ ରେ ସହପ୍ରତିଋତ୍ଵିକ ଡକ୍ଟର ନଗେନ୍ଦ୍ର ନାଥ ସ୍ୱାଇଁ, ସମ୍ପାଦକ ରତ୍ନାକର ନାୟକ, କୋଷାଧକ୍ଷ ବାନାମ୍ବର ପୃଷ୍ଟି, ନିଶଥ ନାଥ ସ୍ୱାଇଁ, ଯାଜକ ନିର୍ମଳ କୁମାର ଜେନା ଡକ୍ଟର ଲିଙ୍ଗରାଜ ରଣା, ବେଦଦ୍ୟୁତି ପୃଷ୍ଟି, ଅର୍କଜ୍ୟୋତି ପାଣି, ସୁରେନ୍ଦ୍ରନାଥ ପୃଷ୍ଟି ଓ ଉତ୍ସବ କମିଟି ସଭାପତି ନାନୁଚରଣ ରାଉତ ଯୋଗଦେଇ ଉତ୍ସବ ର ସମସ୍ତ ବିବରଣୀ ପ୍ରଦାନ କରିଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



