Religion

ପଲସାଗୋରା ଠାରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ନେଇ ଉତେଜନା

 

କଣ୍ଟାମାଳ, ୧୨/୧/୨୪ 🙁 ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା ଠାରେ ଶୁକ୍ରବାର ଦିନ ୧୨ଟା ସମୟରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ନେଇ ଉତେଜନା ଦେଖାଦେଇଛି । ସନାତନ ଧର୍ମର ନିୟମକୁ ବେଖାତିର କରି ପୁରୁଣା ବାସି ଫୁଲ ଓ ତିନି ଠାକୁରଙ୍କ ଭଂଗା ଫଟୋ ରଖାଯିବାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପ୍ରତି ପଂଚାୟତରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଜୟ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ମାତ୍ର ପଲସାଗୁଡାଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜୟ ଜଗନ୍ନାଥ ଅର୍ପଣ ରଥକୁ ନିୟମ ପ୍ରକାରେ ସଜାଇ ଠାକୁରଙ୍କ ପୂଜା କରାଯାଇ ଗ୍ରାମକୁ ଗ୍ରାମ ପରିକ୍ରମା କରିବା କଥା । ମାତ୍ର ଜୟ ଜଗନ୍ନାଥ ଅର୍ପଣ ରଥ ପଛରେ ଗୋଡ ଦେଇ ଚଢ଼଼ିବାକୁ ରହିଥିବା ଫୁଟରେଷ୍ଟ ଉପରେ ଏକ କାଠ ଖୁଣ୍ଟ ସହାୟତାରେ ଏକ ଭଂଗା କାଚ ଫ୍ରେମରେ ତିନି ଠାକୁରଙ୍କ ଫଟୋ ରଖାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗାଡିରେ ପୁରୁଣା ବାସି ଫୁଲ ଓ ତିନି ଠାକୁରଙ୍କ ଭଂଗା ଫଟୋ ରଖାଯାଇ ଭକ୍ତଙ୍କ ଭାବନା ସହ ଖେଳୁଛନ୍ତି ବୋଲି ଅଭିଯୋଗ କରି ଲୋକେ ଜୟ ଜଗନ୍ନାଥ ଅର୍ପଣ ରଥକୁ ଅଟକ ରଖିଛନ୍ତି ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button