Education

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳନ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳନ – ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ର ରେଡ ରିବନ କ୍ଲବ ଏବଂ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ର ଯୁବ ସଂସଦ ବିଭାଗ ର ମିଳିତ ସହଯୋଗରେ ଜାତୀୟ ଯୁବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ସ୍ୱାମୀ ବିବେକାନନ୍ଦ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ ଓ ସମସ୍ତଙ୍କ ଦ୍ଵାରା ପୁଷ୍ପାଞ୍ଜଳୀ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଯୁବ ସଂସଦ ର ସଂଯୋଜକ ଅଧ୍ଯାପକ ଅଜିତ କୁମାର ସାହୁ ସମସ୍ତଙ୍କୁ ସ୍ଵାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ l ମୂଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିବେକନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଇଞ୍ଜିନିୟର ଡ. ସଞ୍ଜୟ କୁମାର ପଣ୍ଡା ଯୋଗଦେଇ ଯୁବକ ମାନେ ନିଜର ଲକ୍ଷ୍ୟ ସ୍ଥିର କରି ଆଗକୁ ଯିବା ସହ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଅଧ୍ୟାପିକl ଗୀତାଞ୍ଜଳି ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ରଘୁନାଥ ଷଡଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ସଭାରେ ସଭାପତିତ୍ଵ କରିଥିଲେ ଯୁବ ରେଡ୍ କ୍ରସ୍ ର ଜିଲ୍ଲା ସମ୍ପାଦକ ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ର ମଧ୍ୟ ସମ୍ଭାଗ ର ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ l ଏହି ଅବସରରେ ଗତ ମାସରେ ହୋଇଥିବା ବିଦ୍ୟାଳୟ ସ୍ତରୀୟ ବରିଷ୍ଠ ଏବଂ କନିଷ୍ଠ ଚିତ୍ରାଙ୍କନ ପ୍ରତିଯୋଗୀତା ର ବିଜେତା ମାନଙ୍କୁ ପ୍ରମାଣ ପତ୍ର ସହ ବିବେକାନନ୍ଦ ଙ୍କ ଫଟୋ ଚିତ୍ର ପୁରସ୍କାର ସ୍ଵରୂପ ପ୍ରଦାନ କରାଯାଇଥିଲା l ମହାବିଦ୍ୟାଳୟ ରେ ରକ୍ତଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ଶାନ୍ତି ପାଠ ପରେ ଅଧ୍ୟାପକ ଅମରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ୱେତl ସୁମନ ପଣ୍ଡା, ରତ୍ନପ୍ରଭା ବାରିକ, ଯୁବ ରେଡ୍ କ୍ରସ୍ ର ସ୍ୱେଚ୍ଛାସେବୀ ମାନେ ବହୁ ସହଯୋଗ କରିଥିଲେ l

Related Articles

Back to top button