ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୈରାଝୁଲି ଠାରେ ଜାତୀୟ ଯୁବ ଦିବସ ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ


-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୈରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜାତୀୟ ଯୁବ ଦିବସ ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶଶିଭୂଷଣ ସେଠି, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ବଘାର, ପ୍ରଧାନ ଶିକ୍ଷକ ସୁରେଶ ପଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲେଖରାଜ ସାଗର, ମୋ ସ୍କୁଲ ଅଭିଯାନ ସଭାପତି କ୍ଷେତ୍ରବାସୀ ଜଗଦଲା, ପୂର୍ବତନ ସଭାପତି ନାଏକ ଜଗଦଲା, ଯୁବ ସମାଜସେବୀ ରଞ୍ଜିତ ଜଗଦଲା ପ୍ରମୁଖ ଯୋଗଦାନ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଏବଂ କୋମଳମତି ଛାତ୍ରଛାତ୍ରୀ ମାନେ ମଶାଲ ଶୋଭାଯାତ୍ରା କରି ଖେଳ ପଡିଆରେ ପହଞ୍ଚି ଥିଲେ l ବିଦ୍ୟାଳୟର ଶିକ୍ଷକ ବିଭୀଷଣ ଧରୁଆ, ଜିତେନ୍ଦ୍ର ପର୍ଡିଆ,ସରତ ଚନ୍ଦ୍ର ନାଏକ, ଯୁଗୋଳ ପଧାନ ପ୍ରତ୍ୟେକ ପର୍ଯ୍ୟାୟ କ୍ରୀଡା ପ୍ରତିଯୋଗିତାର ସମସ୍ତ ଦାୟିତ୍ୱ ସୁନ୍ଦର ଭାବରେ ତୁଳେଇଥିବା ବେଳେ ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପ୍ରତ୍ୟେକ ବିଭାଗ ଖେଳରେ ଅଂଶଗ୍ରହଣ କରି ସୁନ୍ଦର ଭାବରେ ବେଶ ଖୁସିରେ ପ୍ରତିଯୋଗିତା କରିଥିଲେ l କୋମଳମତି ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ଖେଳ ପ୍ରଦର୍ଶନ ସହିତ ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ l

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




