Education

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ରେ ରେଡ୍ ରୀବନ୍ କ୍ଲବ୍ ଏବଂ ଯୁବ ରେଡକ୍ରସ୍ ର ମିଳିତ ଆନୁକୁଲ୍ୟରେ ଜାତୀୟ ଯୁବ ଦିବସ ପାଳନ ହୋଇ ଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେଣୀଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠତ ଏହି ସଭା ରେ ମହାବିଦ୍ୟାଳୟର ଅଧ୍ୟାପକ ଲଳିତ କୁମାର ମେହେର ଏବଂ ଅଧ୍ୟାପିକା ସୁଷମା ରାଣୀ ବୋହିଦାର ଅତିଥି ଭାବେ ଯୋଗଦାନ କରିଥିଲେ।ସ୍ବାମୀ ବିବେକାନନ୍ଦ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା।ପ୍ରତି ବର୍ଷ ବିବେକାନନ୍ଦ ଜୟନ୍ତୀ କୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ ।ଏହି ସମସ୍ତ କାର୍ଯକ୍ରମ କୁ ମହାବିଦ୍ୟାଳୟର ଅଧ୍ୟାପକ ତଥା ଜିଲ୍ଲା ଯୁବ ରେଡକ୍ରସ୍ ର ସଂଯୋଜକ ସୁରେଶ୍ଵର ଯୋଶୀ ପରିଚାଳନା କରିଥିଲେ।ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ।

Related Articles

Back to top button