Education

ଶତାୟୁ,ବି. ବି.ହାଇସ୍କୁଲ,ଢେଙ୍କାନାଳରେ ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ 

 

ଢେଙ୍କାନାଳ : ତା.୧୧.୦୧.୨୦୨୪ ( ) : ଢେଙ୍କାନାଳ ସଦର ବ୍ଳକ ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ କଟକ ମୁଣ୍ଡଳି ସ୍ଥିତ ଏନ୍‌ଡି ଆରଏଫ୍-୩ ବାଟାଲିୟନ୍ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟିମ୍ କମାଣ୍ଡର ବିନୟ କୁମାରଙ୍କ ନେତୃତ୍ଵରେ ବିକାଶ କୁମାର ,ମହମ୍ମଦ ଆରାଫତ,ସତ୍ୟବ୍ରତ ସାହୁ,ପ୍ରିୟବ୍ରତ ନାୟକ ଓ ତାଙ୍କ ଦଳର ସମସ୍ତ

ସଦସ୍ୟମାନଙ୍କ ପରିଚାଳନାରେ ଏନ୍‌ଡିଆରଏଫ୍ ଯବାନ୍‌ମାନେ ଛାତ୍ରଛାତ୍ରୀଙ୍କୁ ଆପତକାଳୀନ ସମୟରେ ଆଶୁ ଚିକିତ୍ସା,ବାତ୍ୟା,ବନ୍ୟା,ବିଜୁଳି ମାରିବା ଓ ଅଗ୍ନିକାଣ୍ଡ ସମୟରେ କିପରି ବିପର୍ଯ୍ୟୟର ସାମ୍ନା କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ମକ୍‌ଡ୍ରିଲ୍ କରି ଛାତ୍ରଛାତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ବିପର୍ଯ୍ୟୟ ସମୟରେ ସାହାସ ଓ ସତର୍କତାର ସହ ଏହାକୁ ପରିଚାଳନା

କରିପାରିଲେ ଧନଜୀବନ କ୍ଷୟକ୍ଷତିରୁ ମୁକ୍ତି ମିଳିପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ଦାୟିତ୍ଵରେ ଥିବା ବରିଷ୍ଠ ଶିକ୍ଷକ,ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର୍ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବିଦ୍ୟାଳୟ

ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ୍, ବିରଞ୍ଚି ନାଏକ, ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଅଫିସର୍ ଆଜିର ବିଚାରକ କିଶୋର ଚନ୍ଦ୍ର ସାମଲ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜକ ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ଦିପ୍ତିଶ କୁମାର ଶତପଥୀ, କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା, କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ନୌବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକ, ତ୍ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,କିରଣ କଣ୍ଟା, ଭୂପେନ୍ଦ୍ର ସିଂ ମାଝୀ, ସପର୍ଯ୍ୟା ଶୁଭଶ୍ରୀ

ମିଶ୍ର,ସିଭିଲିଆନ ବାଳକ ଓ ବ୍ୟାଣ୍ଡ ଦଳ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା, ଡେପୁଟେସନରେ କାର୍ଯ୍ୟରତା ଶିକ୍ଷୟିତ୍ରୀ ସୁନିତା ନାଥ,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ଏଲିମେଣ୍ଟାରୀ ଶିକ୍ଷୟିତ୍ରୀ ସ୍ମିତା ପଟ୍ଟନାୟକ,ଅନିତା ସାହୁ,ସୁଜିତ କୁମାର ବାରା,ଏକମାତ୍ର ବରିଷ୍ଠ କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ଯୋଗଦାନ ଓ ମିଳିତ ମାର୍ଗଦର୍ଶନରେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ଦାୟିତ୍ଵରେ ଥିବା ବରିଷ୍ଠ ଶିକ୍ଷକ, ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର୍ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସୁବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସମସ୍ତେ ଏହି କାର୍ଯ୍ୟକ୍ରମରେ ପ୍ରମୂଖ ଭୂମିକା ନିର୍ବାହ କରିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ। ପରେପରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ସୁଲଳିତ କଣ୍ଠରେ ସୁମଧୁର ଶାନ୍ତିପାଠ କରିଥିଲେ । ବରିଷ୍ଠ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ଏହି ଅବସରରେ ସ୍ଵାଗତଭାଷଣ,ଅତିଥି ପରିଚୟ ପ୍ରଦାନ,ଉତ୍ସବର ସଭା ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button