Education

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଙ୍କ ଅଚାନକ ଭୁବନ ବ୍ଲକ ଗସ୍ତ

-ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବୁଧବାର ଦିନ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଅଚାନକ ପରିଦର୍ଶନ କରିଛନ୍ତି ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଅକ୍ଷୟ ବେହେରା ।କାର୍ଯ୍ୟକ୍ରମ ଅନୁସାରେ କାମାକ୍ଷାନଗର ବ୍ଲକ ସିଆରିମାଳିଆ ଅଙ୍ଗନୱାଡି କେନ୍ଦ୍ର,ଭୁବନ ବ୍ଲକର ବଡମୁକ୍ତାପଶି ଅଙ୍ଗନୱାଡି

କେନ୍ଦ୍ର,ସରକାରୀ ଉପ୍ରା ସ୍କୁଲ ବଡ଼ମୁକ୍ତାପଶି, ଟିପିଲେଇ ଅଙ୍ଗନୱାଡି କେନ୍ଦ୍ର, ଟିପିଲେଇ ସରକାରୀ ଉପ୍ରା ସ୍କୁଲ,ଭାଦଳିଆପଶି କୋଲ୍ହ ସାହି ଅଙ୍ଗନବାଡ଼ି କେନ୍ଦ୍ରର,ଭାଦଳିଆପଶି ସରକାରୀ ଉପ୍ରା ସ୍କୁଲ, ଭୁସାଲ ଅଙ୍ଗନୱାଡି କେନ୍ଦ୍ର,ଭୂଷାଲ କୀର୍ତ୍ତନପୂର୍ ଉପ୍ରା ସ୍କୁଲ, ଭୁସଲ କୀର୍ତ୍ତନପୁର ହାଇସ୍କୁଲ,

ସରକାରୀ ଉପ୍ରା ସ୍କୁଲ ସମଲ, ସରକାରୀ ଉପ୍ରା ସ୍କୁଲ ବଳରାମପୁର ଓ ଡମଶାଳା ସେବାଶ୍ରମ ସ୍କୁଲ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ର ମାନ ଯାଞ୍ଚ କରିଥିଲେ ।ପରିଦର୍ଶନ ସମୟରେ ସ୍କୁଲ , ଅଙ୍ଗନୱାଡି କେନ୍ଦ୍ରର ପରିବେଶ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ ।କିଛି ଅଙ୍ଗନୱାଡ଼ି କେନ୍ଦ୍ରରେ ଓ ସ୍କୁଲ ରେ ତ୍ରୁଟି କୁ ସୁଧାରିବା ପାଇଁ ଶ୍ରୀଯୁକ୍ତ ବେହେରା ସେମାନଙ୍କୁ ଉପଦେଶ ଦେଇଥିଲେ ।ରାଜ୍ୟ ସରକାରଙ୍କ ତରଫରୁ

ଆସୁଥିବା ଖାଦ୍ୟ ଗୁଡ଼ିକ ସୁଧତା ସହ ପୃଷ୍ଟିକର ଖାଦ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯିବ ତା ଉପରେ ଗୁରୁତ୍ବ ଦିଆଯାଉଛି । ଏପରି ଅଚାନକ ପରିଦର୍ଶନ ଆଗକୁ ଯାରି ରହିବ ବୋଲି ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ କହିଛନ୍ତି ।

Related Articles

Back to top button