EducationEntertainment

ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟ ର ୩୪ତମ ବାର୍ଷିକ ଉତ୍ସବ ଉଦଘାଟିତ                    

                    

କଣ୍ଟମାଳ, ତା ୧୧/୧ (ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକୋତ୍ସବ ଗୁରୁବାର ବିଦ୍ୟାଳୟର ପ୍ରଥମ ଅଧିବେଶନ ଜାଗୃତି ମଣ୍ଡପ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହୋଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନନ୍ତ କ୍ଷେତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟଅତିଥି, ମୂଖ୍ୟବକ୍ତା ଭାବେ କଣ୍ଟାମାଳ ବିଇଓ ସନୋଜ ସେଠି ଓ ସମ୍ମାନୀତ ଅତିଥିଭାବେ କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷ୍ୟ ମହେନ୍ଦ୍ର ରଣା, ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ,ଶିକ୍ଷାବିତ ନୀଳାଚଳ ଭୋଇ, ସାମ୍ବାଦିକ ଜୟ କୁମାର ମହାରଣା,କୁଲୁତାଯୋର ସରପଞ୍ଚ ଚୁମିକି ଭୋଇ, ଗୁଡ଼ଭେଲା ବ୍ଳକର ବିଇଓ ଋଷିଆ ମେହେର, ଘଣ୍ଟାପଡ଼ା ହାଇ ସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡା, ସ୍କୁଲ ପରିଚାଳନା କମିଟି ସଭାପତି ବିବତ୍ସ ଭୋଇ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ପ୍ରେମରାଜ ରଣା ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ l ଶିକ୍ଷକ ଭବାନୀ ଶଙ୍କର ପାଣିଗ୍ରାହୀ ଅତିଥିପରିଚୟ ଓ ପ୍ରେମରାଜ ରଣା ସଭା ପରିଚାଳନା କରିଥିଲେ l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବାର୍ଷିକ କ୍ରୀଡା, ବକୃତା, ସଂଗୀତ, କୁଇଜ, ରଚନା ଆଦିର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ସଭା ଶେଷରେ ଶିକ୍ଷକ ଜବରସିଂ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ଜବରସିଂ ବନଛୋର ପରିଚାଳନା କରିଥିବା ବେଳେ ଶିକ୍ଷକ ଅନନ୍ତ କୁମାର ବେହେରା, ସୌଦାଗର ମାଝୀ, ହରିହର ପ୍ରସାଦ ବେଜ, ସନ୍ତୋଷ କୁମାର ସାହୁ ଏବଂ ଖେଳ ଶିକ୍ଷକ ଶଶୀ ଭୂଷଣ ବେହେରା, କିରାଣୀ ପ୍ରମେରାଜ ରଣା ଓ ଗୁରୁବାରୁ ଭୋଇ, ରାଧାକାନ୍ତ ରଣା, ତରଣୀ ରଣା ଆଦି କର୍ମଚାରୀମାନେ ସହଯୋଗ କରିଥିଲେ l ବିଦ୍ୟାଳୟ ର ସମସ୍ତ ଛାତ୍ରୀଛାତ୍ର, ଅଭିଭାବକ /ଅଭିଭାବିକା ତଥା ଆଖପାଖ ଅଂଚଳର ସ୍ଥାନୀୟ ଅଧିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button