ଝଙ୍କଡ଼ଶ୍ରୀ କାଳିପ୍ରସନ୍ନ ପରିଜାଙ୍କ ସ୍ମରଣେ ସାହିତ୍ୟ ଆସର !!

ତିର୍ତ୍ତୋଲ ::- “ହେ ମହାମାନବ ଆପଣଙ୍କ ଉଦାରଚିତ୍ତ ହୃଦୟକନ୍ଦରୁ ସୃଷ୍ଟି ହୋଇଥିବା ଝଙ୍କଡ ସାହିତ୍ୟ ସଂସଦ, ଆଜି ଆପଣଙ୍କ ଷଷ୍ଠ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ସ୍ମରଣରେ ଆୟୋଜିତ କରି ପାରିଛି ଏକ ନିରାଡ଼ମ୍ବର କବିତା ଆସର !ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି କବୟିତ୍ରୀ, ଲେଖକ, ଗାଳ୍ପିକ ଆପଣଙ୍କୁ ଜଣାଉଛନ୍ତି ସ୍ମୃତି ଶ୍ରଦ୍ଧାଞ୍ଜଳି !ସ୍ରଷ୍ଟା ଆପଣ ସୃଷ୍ଟି ବି ଆପଣ !ଚିର ସ୍ମରଣୀୟ ଅଜର ଅମର, ଆମ ସମସ୍ତଙ୍କର ପ୍ରିୟ ଝଙ୍କଡଶ୍ରୀ କାଳୀପ୍ରସନ୍ନ ପରିଜା ସାର !ଆପଣଙ୍କ ସୁମଧୁର ବାର୍ତ୍ତାକୁ ପାଥେୟ କରି ଆଜି ଯାଏ ଆଗେଇ ଆସିଛୁ ଏବଂ ଆଗକୁ ମଧ୍ୟ ଝଙ୍କଡ଼ ସାହିତ୍ୟ ସଂସଦ ତାର ସାହିତ୍ୟ ସାଧନାକୁ ବଳବତ୍ତର ରଖିବ “ବୋଲି ଆୟୋଜିତ ଆସର କାର୍ଯ୍ୟକ୍ରମ ରେ ଆମନ୍ତ୍ରିତ ଅତିଥିମାନେ ମତ ପ୍ରଦାନ କରିଥିଲେ !ଉକ୍ତ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ସ୍ଥିତ ଆଦିକବି ସାରଳାଦାସ ଙ୍କ ସମାଧିପୀଠ ପରିସରରେ ଥିବା ଆଦିକବି ସଭାଗୃହରେ ଆୟୋଜିତ ହୋଇଥିବା ବେଳେ, ସଂସଦର ସଭାପତି ତଥା ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ !ଏହି ଆସରରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ଡଃ. ବିଷ୍ନୁପ୍ରିୟା ଦାସ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଥିଲେ କବି ହେମନ୍ତ କୁମାର ନାୟକ !ସମ୍ମାନିତ ଅତିଥି ଥିଲେ ଶିକ୍ଷାବିତ୍ ଧର୍ମାନନ୍ଦ ମଲ୍ଲିକ !ସଂସଦ ର ପ୍ରତିଷ୍ଠାତା ସଭାପତି ଝଙ୍କଡଶ୍ରୀ କାଳୀପ୍ରସନ୍ନ ପରିଜା ଙ୍କ ଅମ୍ଲାନ କୃତୀ ଓ ଅବିସ୍ମରଣୀୟ ସାଧନାର ଜୀଵନ ଚର୍ଯ୍ୟା କରାଯାଇଥିଲା !ଏହି ଅବସରରେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଶିକ୍ଷକ ନେତା ଅକ୍ଷୟ ଦାସ ଙ୍କୁ ଝଙ୍କଡଶ୍ରୀ କାଳୀ ପ୍ରସନ୍ନ ପରିଜା ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଥିଲା !ସଂସଦ ର ସଂଗଠନ ସମ୍ପାଦକ ପଣ୍ଡିତ ବାସବ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସ୍ୱାଗତ ଭାଷଣ ଦେଇଥିଲେ ପ୍ରତିଷ୍ଠାତା ସମ୍ପାଦକ ଗୋଲେକ ବିହାରୀ ପଲେଇ !କବୟିତ୍ରୀ ମାନସୀ ପ୍ରଭା ସ୍ୱାଇଁ ଓ ଝଙ୍କଡକନ୍ୟା ସବିତା ନାୟକଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା କବିତା ପାଠ ଉତ୍ସବ ! କବି ଅଶୋକ ଲେଙ୍କା, ଚୌଧୁରୀ ରାଧାମୋହନ ପରିଜା, ଚିତ୍ତରଞ୍ଜନ ପରିଜା, ପଦ୍ମାବତୀ ମିଶ୍ର, ନିତ୍ୟାନନ୍ଦ ନାୟକ, ଆଶିଷ କୁମାର ପରିଜା, ବିକାଶ ପରିଜା, ନାରାୟଣ ନାୟକ, ପ୍ରଭାତ ପରିଜା, ଅଞ୍ଜନା ମହାନ୍ତି, ବାସୁଦେବ ପଟ୍ଟନାୟକ ପ୍ରମୁଖ ୫୦ ଜଣ କବି ଓ କବୟିତ୍ରୀ ନିଜନିଜର ଲେଖା କବିତା ପାଠ କରିଥିବାର ଦେଖିବାକୁ ମିଳିଥିଲା !ପରିଶେଷରେ ଶିକ୍ଷାବିତ୍ ଝୁଲରାମ ସାର ଧନ୍ୟବାଦ ଅର୍ପଣ କରିଥିଲେ !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!