ଦ୍ୱିତୀୟ ସଂଧ୍ୟାରେ ଜନ୍ମାନ୍ଧ ଗାୟକ ଓ ବାୟକ ପ୍ରହଲ୍ଲାଦ ରଣାଙ୍କ ଡବଲ ଧମାକାରେ ଦର୍ଶକଙ୍କ ଆଖିରେ ଲୋତକ

ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଉଦଘାଟିତ
ଶିବ ତାଣ୍ଡବ ନୃତ୍ୟରେ ଦର୍ଶକ ବିମୋହିତ
କଣ୍ଟାମାଳ, ୦୬/୬/୨୫ : ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ହରିଶଙ୍କର କଳା ମଣ୍ଡପ ଠାରେ ୨୦ତମ ଲୋକ କଳା ଉତ୍ସବ-୨୦୨୫ ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଉଦଘାଟିତ ହୋଇଯାଇଛି l ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ଓଡିଶା ମାଇନିଙ୍ଗ କର୍ପୋରେଶନ ତଥା ପ୍ରଗତି ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ମହୋତ୍ସବ ରେ ସ୍ୱନାମାଧନ୍ୟ ସଂକୀର୍ତ୍ତନ ଦଳ ଓ ପାଲା ଦଳ ର ଢୋଲ,ମୃଦଙ୍ଗ, ଗିନି, ଝାଞ୍ଜ ର ଶବ୍ଦ ଓ ସୁମଧୁର ସଂଗୀତର ସୁମଧୁର ଧୁନ ଓ ନୃତ୍ୟର ତାଳ କୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ l ବୌଦ୍ଧ ର ଶିବ ତାଣ୍ଡବ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ମହୋତ୍ସବ ଆବାହକ ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନି ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ୨ନଂ ଜିଲ୍ଲାପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ,୪ନଂ ଜିଲ୍ଲାପରିଷଦ ସଭ୍ୟ ଇଂ. ରାକେଶ ତ୍ରିପାଠୀ, ମହୋତ୍ସବ କମିଟି ସମ୍ପାଦକ ଓମପ୍ରକାଶ ମିଶ୍ର ପ୍ରମୁଖ ଯୋଗଦେଇ ଚଳିତ ବର୍ଷ ନୂତନ ତଥା ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ଆୟୋଜିତ ରାଜ୍ୟସ୍ତରୀୟ ସଂକୀର୍ତନ ମହୋତ୍ସବ ର ଆୟୋଜନ କୁନେଇ ଭୁୟସୀ ପ୍ରଶଂସା କରିଥିଲେ l ଶରତ ସାହୁ, ରଞ୍ଜନ ପାତ୍ର ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ l ଉଦ୍ଘାଟନୀ ଦିବସରେ ବିଚିତ୍ରାନନ୍ଦ ପାଇକରାୟ ସାଥୀ ସଂକୀର୍ତ୍ତନ ଖୋର୍ଦ୍ଧା,ବଲାଙ୍ଗିର,ଗାଡିଆଜୋର , ଲୁଇସିଂ , ବୁଡ଼ାଖମନ, ବଘିଆ ,ମର୍ଯ୍ୟାକୁଦ , ସୁଲିଆ,ସାହୁପଡ଼ା ଆଦି ପୁରୁଷ ଓ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସହ ସାନକରିଆ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା, ଖୋର୍ଦ୍ଧା ର ପାଲା ମଣ୍ଡଳୀ ଙ୍କ କଳା ପ୍ରଦର୍ଶନରେ ହରିଶଙ୍କର କଳା ମଣ୍ଡପ ଦୁଲୁକି ଉଠିଥିଲା l ସେହିପରି ଦ୍ୱିତୀୟ ଦିବସର ସାଂଧ୍ୟକାଳୀଳ ସାଂସ୍କୃତିକ କା କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଧାମନଗର, ବୌଦ୍ଧ ଜିଲ୍ଲାର ହାତୀପାଲି,ବାଉଁଶୁଣୀ,କମଲପୁର,ଟପର୍ଣ୍ଣା, ବଡ଼କୁଶଙ୍ଗ ମହିଳା ଓ ପୁରୁଷ ସଂକୀର୍ତ୍ତନଦଳ, ବୌଦ୍ଧର ନଚନୀୟା, ପୁରୀ ଓ ବୌଦ୍ଧର ପାଲା ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମଞ୍ଚକୁ ଦୁଲୁକେଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। କାର୍ଯ୍ୟକ୍ରମକୁ ମହୋତ୍ସବ କମିଟି କର୍ମକର୍ତ୍ତା ପରିଚାଳନା କରିଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ସମାଗମ ହୋଇଥିଲା l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ |