State

ଓଡାପଡାରେ ଫଳାଇଲେ କାଶ୍ମୀର ଆପଲ କୋଳି l ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ସଞ୍ଜୟ ପଣ୍ଡା l 

ଓଡାପଡାରେ ଫଳାଇଲେ କାଶ୍ମୀର ଆପଲ କୋଳି l ଅନ୍ୟମାନଙ୍କ ପାଇଁ ଉଦାହରଣ  -କାଶ୍ମୀର ଫଳ ଫଳିଛି କିନ୍ତୁ ଓ଼ଡିଶାରେ ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ଚିନି ଠାରୁ ଅଧିକ ମିଠା ପେନ୍ଥା ପେନ୍ଥା ଫଳିଛି କାଶ୍ମୀରର ଆପଲ କୋଳି l ଏ ଦୃଶ୍ୟ କୌଣସି ଅନ୍ୟ କୌଣସି ରାଜ୍ୟର ଦୃଶ୍ୟ ନୁହେଁ ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକର ଓ଼ଡାପଡା ପଞ୍ଚlୟତର ପୋଡାପଡ଼ା ଗ୍ରାମର କାଶ୍ମୀର ଫଳର ଦୃଶ୍ୟ l ଚାକେରି ପଛରେ ନ ଗୋଡେଇ ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ପୋଡାପଡା ଗ୍ରାମର ସଞ୍ଜୟ ପଣ୍ଡା l ପୋଡାପଡ଼ା ଗ୍ରାମ ଦେଇ ବୋହି ଯାଇଥିବା ବ୍ରହ୍ମଣୀ ନଦୀ କୂଳରେ ନିଜର ଥିବା ଚାଷ ଜମିକୁ ନିଜେ ମଧ୍ୟ ଯିବାକୁ ଭୟ କରୁଥିଲେ ସଞ୍ଜୟ ପଣ୍ଡା ଓ ତାଙ୍କ ପରିବାର କିନ୍ତୁ ଆଜି ସେଇ ଚାଷ ଜମିକୁ ପ୍ରତ୍ୟେକ ଦିନ କୋଳି କିଣିବା ପାଇଁ ଗ୍ରାହକ ମାନଙ୍କର ଭିଡ ଦେଖିବାକୁ ମିଳୁଛି l ଦୁଇ ବର୍ଷ ପୂର୍ବରୁ ସଞ୍ଜୟ ଦିନେ ମୋବାଇଲରେ ୟୁଟୁବ ଦେଖୁଥିବା ଅବସ୍ଥାରେ କାଶ୍ମୀରର ଆପଲ କୋଳି ଚାଷ ବିଷୟରେ ନଜର ପଡିଲା l ତା ପରେ ବ୍ରାହ୍ମଣୀ ନଦୀ କୂଳରେ ନିଜର ପଡିଆ ପଡ଼ିଥିବା ଜମିରେ ଆପଲ କୋଳି ଲଗାଇଲେ l ତିନି ଜଣକୁ ମଧ୍ୟ ନିଜ କୋଳି ଚାଷରେ ସମିଲି କଲେ ସଞ୍ଜୟ ପଣ୍ଡା l ଆଜିକାଲି ଦିନରେ ଚକେରି ପଛରେ ଗୋଡାଇ ଚାକେରି କରିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ି କିନ୍ତୁ ରାଜ୍ୟ ବାହାର କୋଳିକୁ ଗ୍ରାମରେ ଫଳାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ସଞ୍ଜୟ ପଣ୍ଡା l ସେ ଦେଢ଼ ଏକରରୁ ଉର୍ଦ୍ଧ ଜମିରେ କାଶ୍ମୀର ଆପଲ କୋଳି ଲଗାଇ ବେସ ଦୁଇ ପଇସା ରୋଜଗାର ଆରମ୍ଭ କରିଦେଇଛନ୍ତି l ଆଗାମୀ ଦିନରେ ଅଧିକ ଜାଗାରେ ଚାଷ କରି ଅଧିକ ଯୁବକ ମାନଙ୍କୁ ରୋଜଗାର କ୍ଷମ କରିବାକୁ ଲଖ୍ୟ ରଖିଛନ୍ତି ସଞ୍ଜୟ ପଣ୍ଡା l ଢେଙ୍କାନାଳ ସହରରେ ରହୁଥିବା ସଞ୍ଜୟଙ୍କର ଏଭଳି ପ୍ରୟାସ ପାଇଁ ନିଜର ଗ୍ରାମ ଓଡାପଡା ଗ୍ରାମବାସିମାନେ ସଞ୍ଜୟଙ୍କୁ ଧନ୍ୟବାଦ ଦେବାସହ ଗ୍ରାମ ବାସିମାନଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳି ଯାଇଛି l

Related Articles

Back to top button