ସୋଲର ପଂଚାୟତ ରେ ଜୟ ମା ମଙ୍ଗଳା ସୋୟଂ ସହାୟକ ଗୋଷ୍ଠୀ ସହାୟତାରେ କଣ୍ଟା ପୂଜା କରାଯାଇ ଧାନମଣ୍ଡି ର ଶୁଭାରମ୍ଭ


ଆଜି ସୋଲର ପଂଚାୟତ ରେ ଜୟ ମା ମଙ୍ଗଳା ସୋୟଂ ସହାୟକ ଗୋଷ୍ଠୀ ସହାୟତାରେ କଣ୍ଟା ପୂଜା କରାଯାଇ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଧାନମଣ୍ଡି ର ଶୁଭାରମ୍ଭ କରାଯାଇଅଛି, ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ବୈଠକ ରେ ପଂଚାୟତ ର ପ୍ରାକ୍ତନ ସମିତି ସଭ୍ୟ ମାଧବାନନ୍ଦ ମହାପାତ୍ର ଅଧକ୍ଷତା କରିଥିଲେ, ଚାଷୀ ମାନେ କିପରି ସୁବିଧା ରେ ଧାନ ବିକ୍ରି କରିବେ ଓ ମିଲର ମାନେ ଯଥା ଶୀଘ୍ର ମଣ୍ଡି ରୂ ମିଲ କୁ ଧାନ ଉଠାଇବେ ସେ ସମ୍ପର୍କ ରେ ଚାଷୀ ମାନେ ମତାମତ ପ୍ରଦାନ କରିଥିଲେ, ଉକ୍ତ ବୈଠକ ରେ ସରପଞ୍ଚ ବିଜୟ ସ୍ୱାଇଁ ସମିତି ସଭ୍ୟ ସଞ୍ଜୟ ବେହେରା ମିଶନ ଶକ୍ତି ସଭା ନେତ୍ରୀ ପୁଷ୍ପଲତା ନାଥ ସମ୍ପାଦିକା ସଂଯୁକ୍ତା ନାଥ ପଂଚାୟତ ମିଶନ ଶକ୍ତି ସଭାନେତ୍ରୀ ଦମୟନ୍ତୀ ରାଉତ ସମ୍ପାଦିକା ସୋୟଂ ପ୍ରଭା ସ୍ୱାଇଁ ମା ମଙ୍ଗଳାSHG ର ମୁଖ୍ୟ ବନ୍ଦିତା ପ୍ରହରାଜ ଚାଷୀ ରମେଶ ମହାପାତ୍ର ରାଧା ଶ୍ୟାମ ରାଉତ ବିପିନି ପ୍ରହରାଜ ଅରୁଣ କୁମାର ପ୍ରହରାଜ ଗୀତାଞ୍ଜଳି ବିଶ୍ୱାଳ ମିନାକ୍ଷୀ ରାଉତ ଓ ଆହୁରି ଅନେକ ଚାଷୀ ଉପସ୍ଥିତ ରହିଥିଲେ, ପଞ୍ଚାନନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




