Religion

ଜଗନ୍ନାଥ ଙ୍କ ଅର୍ପଣରଥ କୁ ସ୍ୱାଗତକଲେ ମୂଳିସିଂ ପଞ୍ଚାୟତ ର ମୁସଲିମ୍ ସମୁଦାୟ

  ତିର୍ତ୍ତୋଲ ::- ରାଜ୍ୟ ସାରା ଗଡୁଛି ଜଗନ୍ନାଥ ଙ୍କ ଅର୍ପଣ ରଥ !ପୂଜାର୍ଚ୍ଚନା ସହିତ ସ୍ୱାଗତ ସମ୍ବର୍ଦ୍ଧନା କରୁଛନ୍ତି ପଞ୍ଚାୟତର ସମସ୍ତ ଜନସାଧାରଣ !ହୁଳହୁଳି ହରିବୋଲ ଧ୍ୱନିରେ କମ୍ପୁଛି ଗାଁ ଦାଣ୍ଡ !ଭକ୍ତି ହୃଦୟରେ ଭକ୍ତମାନେ ଆନନ୍ଦ ସହକାରେ ଖୁସୀ ମନାଉଛନ୍ତି !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନ ମୁଳିସିଂହ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ସାଫି ଆଜାମ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଅର୍ପଣରଥ କୁ ସ୍ଵାଗତ କରିଛନ୍ତି ଉଭୟ ହିନ୍ଦୁ ଓ ମୁସଲିମ ମାନେ ।ଏହି ଅର୍ପଣରଥ ମୁଳିସିଂହ ସହରହାଟ ସ୍ଥିତ ମା ଜିବିନୀମା ଓ ହନୁମାନମନ୍ଦିର ଠାରୁ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ବାହାରି , ରସିକିଲାଲ , ସାରଳା ଦାସ ଙ୍କ ଜନ୍ମସ୍ଥାନ କାଳୀନାଗ , ସହର ମହଜିଦ୍ , ଗୋଠେଶ୍ୱର୍ ମନ୍ଦିର , ରାଧାକାନ୍ତ ମନ୍ଦିର, ଗୋପୀନାଥ ମନ୍ଦିର , ମୁଳିସିଂ ତରାଦେଇ , ଜଗନ୍ନାଥ, ଦୋଳ ମଣ୍ଡପ , ସ୍ଵପ୍ନେଶ୍ୱର୍ ମହାଦେବ , ସାଇମନ୍ଦିର ଓ ବାଘୁଆବାରି ହନୁମାନ ମନ୍ଦିର ଆଦି ସମସ୍ତ୍ ଧର୍ମପୀଠ ପରିକ୍ରମା କରିବା ସମୟରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ବାରା ଅକ୍ଷତ ଗୁଆ ନଡ଼ିଆ ଓ ଫୁଲମାଳ ଦେଇ, ଧୂପଦୀପ ରେ ବନ୍ଦାପନା କରିଥିଲେ । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପିଓ ଭୀମସେନ ମୁର୍ମୁ , ଜି ଆର୍ ଏସ୍ ଏସ୍ ଶୁଭେନ୍ଦୁ ମୁଦୁଲି, ସବିତା ମହାନ୍ତି , ଅଶୋକ ସ୍ୱାଇଁ , ପାପୁ ରାଉତ , ନିମାଇଁ ଦାସ , ସୁଭାଷ ଚନ୍ଦ୍ର ଦାସ , ନିରଞ୍ଜନ ସାହୁ , ବୁଧେଶ୍ୱର୍ ବେହେରା , ବାରିନ୍ଦ୍ର ବାରିକ , ମେନକା ଦାସ, ମାନସୀ ମଣ୍ଡଳ, ସୁରେନ୍ଦ୍ର ବେହେରା , ମାନସ ବାରିକ, ମିହିର ଦାସ ଓ ଅମ୍ବିକା ଦାସ ପ୍ରମୁଖ ପରିଚାଳନା କରିଥିବା ବେଳେ , ସମିତି ସଭ୍ୟ ରଂଜନ କୁମାର୍ ସାହୁ ଓ ପ୍ରଭାତ ରାଉଳ ଙ୍କ ଦ୍ବାରା ଘଣ୍ଟବାଦ୍ୟ ସହିତ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button