କଣ୍ଟମାଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ କଣ୍ଟାମାଳ ବ୍ଳକର ୩ଟି ସେଣ୍ଟରରୁ ମୋଟ ୪୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦୦ ଜଣ ପରୀକ୍ଷାଦେବା ସ୍ଥଳେ ୧୫ ଜଣ ଅନୁପସ୍ଥିତ ।


କଣ୍ଟାମାଳ, ତା୯/୧/୨୪ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଇଁଲାଚୂଆଁସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ନାମଲେଖା ପାଇଁ କଣ୍ଟାମାଳ ବ୍ଳକର ତିନିଟି ସେଣ୍ଟରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ମୋଟ ୪୧୫ ଜଣ ଆବେଦନକାରୀଙ୍କ ମଧ୍ୟରୁ ୪୦୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସ୍ଥଳେ କୌଣସି କାରଣରୁ ୧୫ ଜଣ ଅନୁପସ୍ଥିତ ରହିଥିଲେ। ଘଣ୍ଟାପଡ଼ା ସମାଲେଶ୍ଵରୀ ସରକାରୀହାଇସ୍କୁଲ କେନ୍ଦ୍ରରୁ ମୋଟ ୧୭୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୪ ଜଣ, ଉମା ସରକାରୀ ହାଇସ୍କୁଲ କେନ୍ଦ୍ରରୁ ୧୭୦ ଜଣଙ୍କ ମଧ୍ୟରୁ ୧୬୪ ଜଣ ଓ କଣ୍ଟାମାଳ ସରକାରୀ ହାଇସ୍କୁଲ କେନ୍ଦ୍ରରେ ୭୫ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି। ସେହିପରି ସପ୍ତମ ଓ ନବମ ଶ୍ରେଣୀରେ ନାମଲେଖା ପାଇଁ ଏକମାତ୍ର କଣ୍ଟାମାଳ ହାଇସ୍କୁଲ କେନ୍ଦ୍ରରୁ ସପ୍ତମ ଶ୍ରେଣୀ ପାଇଁ ୫୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୫ ଜଣ ନବମ ଶ୍ରେଣୀ ପାଇଁ ୧୪ଜଣ ରୁ ୧୦ ଜଣ ପରୀକ୍ଷାଦେଇଥିଲେ। ଘଣ୍ଟାପଡ଼ା କେନ୍ଦ୍ର ପରିଚାଳକ ପ୍ରଧାନଶିକ୍ଷକ ପିତବାସ ପଣ୍ଡା ଓ କ୍ଷେତ୍ର ପରିଚାଳକ ବରଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁ, ଉମା କେନ୍ଦ୍ରରେ ପରିଚାଳକ ପ୍ରଧାନଶିକ୍ଷକ କଷ୍ଟେଶ୍ଵର ଭୋଇ ଓ କ୍ଷେତ୍ରପରିଚାଳକ ଭାବେ ଆମ୍ବଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ଶୁକଦେବ ପଣ୍ଡା ଓ କଣ୍ଟାମାଳ କେନ୍ଦ୍ରର ପରିଚାଳକ ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ , କ୍ଷେତ୍ର ପରିଚାଳକ ସିମିଳିଯୋରା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ପ୍ରଭାସିନି ପରିଡ଼ା କେନ୍ଦ୍ର ପରିଚାଳନା କରିଥିଲେ। ସ୍ୱତନ୍ତ୍ର ସ୍କ୍ବାର୍ଡ ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଘନଶ୍ୟାମ ମେହେର ତିନି କେନ୍ଦ୍ରର ତଦାରଖ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




