Religion

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପ୍ରଦାନ ରେ ଲେଖାଶ୍ରୀ….

 

ହରଭଙ୍ଗା :(ଚିତ୍ତରଞ୍ଜନସିଂ). ସାରା ଭାରତ ବର୍ଷ ଅଯୋଧ୍ୟା ର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଏହି ଅବସରରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କୃଷ୍ନପାଲି ଗ୍ରାମରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ଘରକୁ ଘର ଦେଇ ନିମନ୍ତ୍ରିତ କରାଯାଇଛି ।ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ର ଙ୍କ ମନ୍ଦିର ପ୍ରତିଷ୍ଠା ଚଳିତ ମାସ ଜାନୁୟାରୀ 22ତାରିଖରେ ହେଵା ନେଇ ଉତ୍ସବ ମୁଖର ହୋଇଉଠିଛି ପୁର ଠୁ ପଲ୍ଲୀ, ଗାଁ ଠୁ ସହର, ରାଜ୍ୟ ଠୁ ଦେଶ ।ସେହିପରି ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ କୃଷ୍ନପାଲି ଗ୍ରାମରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଯୋଗ ଦେଇ ଘରକୁ ଘର ଯାଇ ଏହି ଅକ୍ଷତ ଚାଉଳ ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ ଙ୍କ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରାଯାଇ ନାମ ସଂକୀର୍ତ୍ତନ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ପ୍ରଭୁ ଶ୍ରୀରାମ ଙ୍କ ଅଗଣିତ ଭକ୍ତ,ଗ୍ରାମବାସୀ ଙ୍କ ସମେତ ବିଜେପି ନେତା ସୁଶାନ୍ତ ପ୍ରଧାନ, ସରୋଜ ପ୍ରଧାନ, ବାମନ ବାରିକ ଓ କର୍ମୀମାନେ ଉପସ୍ଥିତ ରହିଥିଲେ ।

Related Articles

Back to top button