State

ଆଜି ଅନୁଷ୍ଠିତ ହେବ ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ

କଣ୍ଟାମାଳ,୧୧।୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଆଜିଠାରୁ ଅନୁଷ୍ଠିତ ହେବ ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ l ପାଞ୍ଚଦିନ ଧରି ଆୟୋଜିତ ହେବାକୁ ଥିବା ମହୋତ୍ସବରେ ପଶ୍ଚିମାଞ୍ଚଳର ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l ଆଜି ସକାଳୁ ରୁଗୁଡ଼ିପାଲିସ୍ଥିତ ଧବଳେଶ୍ୱର ପୀଠରୁ ଆଜ୍ଞାମାଳ ନେଇ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ମଶାଲ ଶୋଭାଯାତ୍ରା ବାହାରି ବନ୍ଧଗୋରା ଧବଳେଶ୍ୱର ପୀଠରେ ପହଞ୍ଚିବ ମନ୍ଦିରରେ ପୂଜାର୍ଚ୍ଚନା ପରେ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯିବ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ମହୋତ୍ସବ କମିଟି ସଭାପତି ମନୋଜ ଦାସ ପ୍ରକାଶ କରିଛନ୍ତି l 

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button