State
କଣ୍ଟାମାଳ ସାମ୍ବାଦିକ ସଙ୍ଘ ପକ୍ଷରୁ କଣ୍ଟାମାଳ ବିଧାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ । ଅଞ୍ଚଳର ସମସ୍ୟା ଉପରେ ଆଲୋଚନା।


କଣ୍ଟାମାଳ,୧୧।୧: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ(କବ୍ଜା)ର ଏକ ପ୍ରତିନିଧି ମଣ୍ଡଳୀ ଗୁରୁବାର ଦିନ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣାଙ୍କୁ ତାଙ୍କ ବରପଦର ସ୍ଥିତ ବାସ ଭବନରେ ଭେଟି ନବବର୍ଷ ଶୁଭେଚ୍ଛା ଜଣାଇବା ସହିତ ଅଞ୍ଚଳର ସାମୁହିକ ବିକାଶ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଉକ୍ତ ସାମ୍ବାଦିକ ପ୍ରତିନିଧି ମଣ୍ଡଳୀରେ ସଂଘର ଉପଦେଷ୍ଟା ଦିବ୍ୟଶଙ୍କର ରାଉତ ଓ ଜୟକୁମାର ମହାରଣା, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ସଦସ୍ୟ ରଞ୍ଜନ କୁମାର ପାତ୍ର, ବଂଶୀଧର ମାଝୀ, ବଳରାମ ବାଘ, ଦେବାଶିଷ ମଲିକ ପ୍ରମୁଖ ସାମିଲ ହୋଇଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




