Education

ବାର୍ଷିକ କ୍ରୀଡା ଉତ୍ସବ

 

ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ବନ୍ତଳା ପଂଚାୟତ କପାଷ୍ଟିକିରି ସଂସ୍କୃତ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଚଳିତ ମାସ 8ତାରିଖ ଠାରୁ ଆରମ୍ଭ ହୋଇ ଆଜି ଉଦଯାପନ ହୋଇଅଛି, ବିଦ୍ୟାଳୟ ର ସମୁଦାୟ ଛାତ୍ର ଛାତ୍ରୀ ମୋଟ 20ଟି ivant ରେ ଭାଗ ନେଇଥିଲେ, ବାଳକ ବିଭାଗ ରୂ ପଦ୍ମ ନାଭ ମହାନ୍ତି ଓ ବାଳିକା ବିଭାଗ ରୂ ଲିଜା ନାୟକ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ, ପ୍ରଧାନ ଆଚାର୍ଯ୍ୟ ସାରଦା ଗୋପାଳ ପଟନାୟକ କ୍ରୀଡା ଶିକ୍ଷକ ଚତୁଃରଭୁଜ ପତ୍ର ଶିକ୍ଷକ ଚୌଦୂରୀ ଆଲୋକ ସାମଲ ମମତା ରାଉତ ପଦ୍ମ ନାଭ ପ୍ରଧାନ ଉମେଶ ଚନ୍ଦ୍ର ରାଉତ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ, ମୋ ସ୍କୁଲ ଅଭିଯାନ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ତଥା ପରିଚାଳନା କମିଟି ର ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଓ ଗୀତ ପରିବେଷଣ କରାଯାଇଥିଲା, ଉଦଯାପନୀ ଉତ୍ସବ ରେ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ଶିକ୍ଷାବିତ ପରମାନନ୍ଦ ମହାରଣା ବିଦ୍ୟାଳୟ ପ୍ରତିଷ୍ଠାତା ଉମାକାନ୍ତ ସ୍ୱାଇଁ ପରିଚାଳନା କମିଟି ସଭାପତି ଭିମସେନ ନାୟକ ପୂର୍ବତନ ସଭାପତି ମୁରଲୀଧର ସ୍ୱାଇଁ ରାମଚନ୍ଦ୍ର ମଲିକ ବିଧାୟକ ପ୍ରତିନିଧି ଅନାମ ଚରଣ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସଚ୍ଛାହିତ କରାଇଥିଲେ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପଟନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଆସନ୍ତା ବାର୍ଷିକ ଉତ୍ସବ ରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଅଛି, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button