କିଟ୍ ର ରୌପ୍ୟ ଜୟନ୍ତୀ ଅବସରରେ ମିନି ମାରାଥନ
କିଟ୍ ର ରୌପ୍ୟ ଜୟନ୍ତୀ ଅବସରରେ ମିନି ମାରାଥନ
ବୌଦ୍ଧ:୨୯.୦୧.୨୦୨୩
ବୌଦ୍ଧ ସହରର ମର୍ଜାକୁଦ ବ୍ରିଜ ଛକରୁ ଆଜି ସକାଳ 8 ଘଣ୍ଟା ସମୟରେ ଏକ ମିନି ମାରାଥନ ଆରମ୍ଭ ହୋଇ ସହର ପରିକ୍ରମା କରିବା ପରେ ଜିଲ୍ଲା ଷ୍ଟାଡିଅମ ଠାରେ ଉଦଜାପିତ ହୋଇ ଯାଇଛି l ବୌଦ୍ଧ ଜିଲ୍ଲା ସହକାରୀ ଆରକ୍ଷୀ ଅଧୀକ୍ଷକ ରବିନ୍ଦ୍ର କୁମାର ରାଉତ ଓ ବୌଦ୍ଧଗଡ ଏନଏସି ର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଅତିଥି ଭାବରେ ଯୋଗ ଦେଇ ସବୁଜ ପତାକା ଦେଖାଇ ମିନି ମାରାଥନକୁ ଶୁଭାରମ୍ଭ କରିଥିଲେ | କିଟ୍ ର ରୌପ୍ୟ ଜୟନ୍ତୀ ଅବସରରେ ଅନୁଷ୍ଠିତ ମିନି ମାରାଥନରେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ପଂଚାୟତ କଲେଜର ଅଧ୍ୟକ୍ଷ ପ୍ରକାଶ କୁମାର ବେହେରା, ବୌଦ୍ଧ ଜିଲ୍ଲା ପାଇଁଁ ସାଂସଦଙ୍କ ପ୍ରତିନିଧି ତାରିଣୀ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କ୍ରୀଡ଼ା ନିରୀକ୍ଷକ ପ୍ରମୁଖ ଯୋଗ ଦେଇଥିଲେ | ସଂଯୋଜକ ଲକ୍ଷ୍ମୀ ଧର ବେହେରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସହରର ୱାରଲେସ ଛକ, ଏନଏସି ଛକ, ଗାନ୍ଧୀ ଛକ ପୋଡା ପଡା ଛକ ହୋଇ ମିନି ମାରାଥନ ଜିଲ୍ଲା ଷ୍ଟାଡିଅମ ଯାଏଁ ଆସିଥିଲା l ଷ୍ଟାଡିଅମ ଠାରେ ଅନୁଷ୍ଠିତ ଏକ ସଭା ଅନୁଷ୍ଠିତ ହୋଇ ଥିଲା ଓ ସମସ୍ତ ଅତିଥି ମଧ୍ୟ ଯୋଗ ଦେଇଥିଲେ | ସୁମନ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ | ମାରାଥନରେ ବିଭିନ୍ନ ମହା ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ |
ବୌଦ୍ଧ ରୁ ସମର୍ଥ News ରିପୋର୍ଟ
ଆମ ସହ ଯୋଡ଼ି ହେବା ପାଇଁ ଲଗ୍ ଅନ୍ କରନ୍ତୁ
www.samarthanews.com
www.youtube.com/samarthanews
samarthanewsodisha@gmail.com





