Education
ବାର୍ଷିକ ଉତ୍ସବ ନିମନ୍ତେ ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ପ୍ରସ୍ତୁତି ବୈଠକ।


କଣ୍ଟାମାଳ, ତା.୯/୧/୨୪ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାର୍ଥନା ଗୃହରେ ୧୫ତମ ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପରିଚାଳନା କମିଟିର ସଭାପତି ଅଗସ୍ତୀ ମଲିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ୩୧ ତାରିଖରେ ସର୍ବସମ୍ମତି କ୍ରମେ ବାର୍ଷିକ ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।ସଂପାଦକ ରଂଜିତ ରଣା ଗତବର୍ଷ ହୋଇଥିବା ବାର୍ଷିକ ଉତ୍ସବର ଆୟବ୍ୟୟ ଉପସ୍ଥାପନା କରିଥିଲେ। ଏହି ବର୍ଷ ଆହୁରୀ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତାବ ଗୃହିତ ହେଲା। ଆସନ୍ତା ୧୩ ତାରିଖରେ ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ପାଇଁ ନିଷ୍ପତ୍ତି ନିଆଗଲା। ଉକ୍ତ ବୈଠକରେ ସମସ୍ତ ଗୁରୁଜୀ । ଗୁରୁମା, ପରିଚାଳନା କମିଟିର ସଦସ୍ୟ ଓ ବୃଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




