State

ବୌଦ୍ଧ ଜିଲ୍ଲାରେ ପକ୍ଷୀ ଗଣନା….

 

ହରଭଙ୍ଗା :10/01.:ପ୍ରତି ବର୍ଷ ଭଳି ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥ‌ିବା ବେଳେ ଆଜି ବୌଦ୍ଧଜିଲ୍ଲା ରେ ପକ୍ଷୀ ଗଣନା କରାଯାଇଛି । ଜିଲ୍ଲାର ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଓ ମହାନଦୀ ବନ୍ୟ ପ୍ରାଣୀ ଅଧିକାରୀ ଫାଲ୍ଗୁନୀ ପାର୍ଥ ସାରଥୀ ମଲ୍ଲିକ ନେତୃତ୍ୱରେ ବିଭିନ୍ନ ଅଞ୍ଚଳରେ ପକ୍ଷୀ ଗଣନା କରାଯାଇଛି l ବନ ଖଣ୍ଡ ଅଧିନରୁ ଏକ ଛଅ ଜଣିଆ ପ୍ରତିନିଧି ମଣ୍ଡଳୀ ମହାନଦୀ ଆଳତୀ ଘାଟ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମହାନଦୀରେ ଚକୁଆ,ଚକୋଇ,ପାଣିକୋଇଲି, ରିଭର ଲାପିଙ୍ଗ ପ୍ରଭୃତି ଚଢେଇ ଦେଖୁବାକୁ ମିଳିଥିଲା ଏହି ମଣ୍ଡଳୀରେ ଏ. ସି.ଏଫ. ମିନାକ୍ଷୀ କୁମୁରା, ରେଞ୍ଜ ଅଫିସର ଅର୍ଜନା ଗମାଙ୍ଗ, ଫରେଷ୍ଟର ସ୍ବାଧୀନ ସାମଲ, ବନରକ୍ଷୀ ସନ୍ତୋଷ ବାରିକ,ଡ୍ରୋନ ଅପରେଟର ରଞ୍ଜନ ପାଣ୍ଡେ ସାମିଲ ହୋଇଥିଲେ । ସେହିପରି ହରଭଙ୍ଗା ବ୍ଲକ ର ସରସରା ସାଗର, ଡମକୁଜଡ୍ୟାମ, ନୂଆପଡା ଡ୍ୟାମ ଓ ଜିଲ୍ଲାର ମହାନଦୀ ଉପତ୍ୟକା, ପୁରୁଣା ପୋଖରୀ,ଝରଣା ପ୍ରଭୃତି ସ୍ଥାନରେ ବନବିଭାଗ ଦ୍ୱାରା ପକ୍ଷୀ ଗଣନା କରାଯାଇଛି l ଅନ୍ୟ ପଟେ ମହାନଦୀ ବନ୍ୟପ୍ରାଣୀ ବିଭାଗୀୟ ଦ୍ୱାରା ସାତ କୋଶିଆ ଅଭୟା ରଣ୍ୟ ଗଣ୍ଡ ରେ କୁସଙ୍ଗ ରେଞ୍ଜ ଅଧିନସ୍ଥ ନୀତିଗୋଟି ଦଳ ପକ୍ଷୀ ଗଣନା ରେ ସାମିଲ ରହିଥିଲେ l ମହାନଦୀର ସାତ କୋଶିଆ ଗଣ୍ଡ ମାରଡ଼ା ଠାରୁ ସୀତଲପାଣି, ଶୀତଳ ପାଣି ଠାରୁ ହରଭଙ୍ଗା ଓ ହରଭଙ୍ଗା ଠାରୁ ଅଏଡ଼ା ପର୍ଯ୍ୟନ୍ତ ଏହି ତିନୋଟି ଦଳ ପକ୍ଷୀ ଗଣନା କରିଥିଲେ l ଉକ୍ତ ସାତ କୋଶିଆ ଗଣ୍ଡ ରେ ଟେଣ୍ଟେଇ, ପାଣି ଚିରା, ପାଣି କୁଆ, ଚାରା ଚଢେଇ, କଣ୍ଠକ, ଗଙ୍ଗୋଇ ଚଡେଇ ଓ ଥିକିନି, ଟୁଆଁ ଟୁଇଁ, କିଙ୍ଗ ଫିସର ଓ ଗୋଠ ବଗ ପ୍ରଜାତିର ବିଦେଶୀ ପକ୍ଷୀ ଙ୍କ ଗଣନା କରାଯାଇଥିବା ର ବିଭାଗୀୟ ସୂତ୍ରରୁ ଜଣାପଡିଛି ଏହି ଗଣନା ରେ ଓ ୟୁ ଏ ଟି ସ୍କୁଲ ଭୁବନେଶ୍ୱର ରୁ ଆସିଥିବା ସ୍ବପନନିଲ ଶତପଥି, ଲକ୍ଷ୍ୟସିଦ୍ଧି ବେହେରା,କୁସଙ୍ଗ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ,ଫରେଷ୍ଟର ଅନ୍ତର୍ଯ୍ୟାମୀ ଜାନି, ଗୋବିନ୍ଦ ଚନ୍ଦ୍ର ମହାକୁଡ଼,ବିଷ୍ଣୁ ପ୍ରିୟା ଦେଇ, ବ୍ରଜରାଜ ବିଶ୍ୱାଳ, ସ୍କ୍ୱାର୍ଡ -ଅକ୍ଷୟ ସାହୁ ସାମିଲ ଥିଲେ!ବିଗତ ବର୍ଷ ଗୁଡିକ ରେ ଶୀତ ଦିନରେ ମହାନଦୀ ଜଳଧାରl ଶୁଖୁଯାଉଥିବା ବେଳେ ଚଳିତ ବର୍ଷ ମହାନଦୀର ବିଭିନ୍ନ ସ୍ଥାନରେ ଗଣ୍ଡ ସୃଷ୍ଟି ହେବା ସହିତ ଗଭୀର ପାଣି ରହି ଥିବାରୁ ଚଳିତ ବର୍ଷ ବିଭିନ୍ନ ଦେଶ ବିଦେଶ ପକ୍ଷୀମାନଙ୍କ ମହାନଦୀରେ ଆଗମନ ହୋଇଥିବା ଗଣନା ରୁ ଜଣା ପଡିଛି I କିନ୍ତୁ ମହାନଦୀରେ ଅବାଧ୍ୟ ପକ୍ଷୀ ଶିକାର, ଡିନାମାଇଣ୍ଟ ବିସ୍ଫୋରଣ, ବିଷାକ୍ତ ରାସାୟନିକ ସାର, ଔଷଧ ପ୍ରୟୋଗ କରି ମାଛ ଧରୁ ଥିବାରୁ ପାଣି ବିଷାକ୍ତ ହେବା ସହ ପକ୍ଷୀ, ସରୀସୃପ, ଜଳ ଚର ପ୍ରାଣୀ ଅସୁରକ୍ଷିତ ରହୁଛନ୍ତି ଏଥିପ୍ରତି ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗ କଡା ନଜର ରଖିବା ସଚେତନତା କରିବା ଉଚିତ l

Related Articles

Back to top button