Religion

ବ୍ରାହ୍ମଣୀ ସାହି ପଂଚାୟତ ରେ ଗଡିଲା ଶ୍ରୀମନ୍ଦିର ପରିକ୍ରମା ଅର୍ପଣ ରଥ

-ଓଡ଼ିଶାର ଗାରିମାକୁ ବହନ କରି ସାରା ଜଗତରେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପଦକ୍ଷେପ। ଏହାକୁ କେନ୍ଦ୍ରକରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରକଳ୍ପର ପ୍ରସାର ପାଇଁ ଵ୍ଲକ ସ୍ତରରୁ ପଞ୍ଚାୟତ କୁ ଏହି ଅର୍ପଣ ରଥ ଶୁଭାରମ୍ଭ କରାଇଛନ୍ତି। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ କରଣକୁ ଶୃଙ୍ଖଳିତ ଦର୍ଶନ ଓ ପରିକ୍ରମାକୁ ସାକାର କରିବା ପାଇଁ ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ଆହ୍ଵାନ କରିଛନ୍ତି। ଆଜି ବ୍ରାହ୍ମଣ ସାହି ପଞ୍ଚାୟତ ର ଗୋବର୍ଦ୍ଧନ ପୁର ଓ ଓଲସାହି, ପ୍ରହରାଜ ପୁର, ସୁନ୍ଦରୀପାଳ, ବଡ଼ ନାଉକୋଣା, ଗଜରାଜପୁର, ବ୍ରାହ୍ମଣସାହି ଗ୍ରାମ ମାନଙ୍କ ରେ ପରିକ୍ରମା ରଥ ପରିଭ୍ରମଣ କରିଥିଲା । ଏହା ଵ୍ୟତୀତ ଏହି ଭବ୍ୟ ସମାରୋହ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ ପଞ୍ଚାୟତ ର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ସହିତ ଉପସ୍ଥିତ ଥିଲେ,! ତେବେ ଆଜିର ଅର୍ପଣ ରଥ ପରିକ୍ରମା କାର୍ଯ୍ୟକର୍ମକୁ ସଂଯୋଜକ ଭାବେ ପରିଚାଳନା କରୁ ଥିଲେ ସରପଞ୍ଚ ଶ୍ରୀମତୀ ବୀଣାପାଣି ପ୍ରାଧନ ସାମିଲ ହୋଇଥିଲେ ରାଜନଗର ବିଧାୟକ ଧ୍ରୁବ ସାହୁ,ରାଜନଗର ବିଜେଡିବ୍ଲକ ସଭାପତି ନିରଞ୍ଜନ ରାଉତ, ଗୁପ୍ତି ସରପଞ୍ଚ ପ୍ରତିନଧି ସାଗର ପରିଡା, ଖଣନ୍ତା ପଂଚାୟତ ସଭାପତି ସର୍ବେଶ୍ୱର ମହାନ୍ତି,ବିଜୟ ନାୟକ,ବ୍ରାହ୍ମଣସାହି ସରପଞ୍ଚ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନ, ପଂଚାୟତ ସଭ୍ୟ ରବୀନ ମଳିକ,ନିର୍ଵାହୀ ଅଧିକାରୀ ରାଜକିଶୋର ମହାଳିକ, ପୂର୍ଣ ଚନ୍ଦ୍ର ପ୍ରତିହାରୀ,ନରେଶ କୁମାର ବେହେରା, ଅଲେଖ ହାତୀ, କୈଳାଶ ବିଶ୍ୱାଳ, ଗଣେଶ୍ୱର ସାମଲ, ବାବାଜୀ ରାଉତ, ତ୍ରିଲୋଚନ ସାମଲ, ଛବିଲତା ସେଠୀ, ମମତା ସ୍ୱାଇଁ, ସରସ୍ବତୀ ପରିଡା, ଗାଲେଖ ସେଠୀ, ହଳଧର ବିଶ୍ୱାଳ, ସହଦେଵ ପରିଡା, ଭ୍ରମବର ରାଉତ, ରାଜକିଶୋର ସେଠୀ ନିରଞ୍ଜନ ପରିଡା,ବିଘ୍ନେଶ୍ୱର ବିଶ୍ୱାଳ,ସୁବାସ ଦାସ, ଶରତ ବିଶ୍ୱାଳ ସମସ୍ତ ଓ୍ଵାର୍ଡର ସମ୍ମାନପଦସ୍ଥ ନିର୍ବାଚିତ ଜନପ୍ରତିନିଧି ଵୃନ୍ଦ। ଶେଷରେ ପରିକ୍ରମା ରଥକୁ ନୀଳାଦ୍ରି ନାଥ ମନ୍ଦିର ଠାରେ ତଥା ପୂଜ୍ୟ ଦେବ ଵ୍ରାହ୍ମଣ ଙ୍କ ଦ୍ଵାରା ପୂଜା ପାଠ କରାଯାଇ ଗାଁ ଅଭିମୁଖେ ଗଢ଼ିଥିଲା ରଥ । ଗ୍ରାମର ପ୍ରତ୍ୟେକଙ୍କ ଘରୁ ଭକ୍ତି ଭାବର ସହ ଗୁଆ ଓ ଚାଉଳ ମହାପ୍ରଭୁ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଭକ୍ତ l

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button