Religion

ସାମାଜିକ ଅନୁଷ୍ଠାନ ମଦର ତରଫରୁ ନାରୀଶକ୍ତି ସମ୍ବର୍ଦ୍ଧନା ସମାରୋହ 

ତିର୍ତ୍ତୋଲ :- କଥାରେ ଅଛି ନାରୀ ହେଲେ ପାଠୋଇ ଦେଶ ଯିବ ଆଗେଇ !ସମୟ ଥିଲା ଏ ସମାଜ ନାରୀ ଶିକ୍ଷାକୁ ବିରୋଧ କରୁଥିଲା ! ଆଜି ସେ ସମୟ ର ପରିବର୍ତ୍ତନ ସହିତ ଦେଶର ପ୍ରତ୍ୟେକ ଭାଗରେ ନାରୀ କରୁଛି ରାଜୁତି ! କିନ୍ତୁ ଅନେକ ନାରୀ ଅଛନ୍ତି ନିଜର ନିଷ୍ଠା ସହିତ ଦେଶ ପାଇଁ ହେଉ କି ଜାତି ଓ ସମାଜ ପାଇଁ ନିଜକୁ ସକ୍ଷମ ସେବା ଯୋଗେଇ ଚର୍ଚ୍ଚାକୁ ଆସୁଛନ୍ତି ! ସେଇପରି ନାରୀମାନଙ୍କୁ ପ୍ରୋତ୍ସାହନ ଦେବାକୁ ସରକାରୀ ସ୍ତରରେ ବିଶେଷ ପ୍ରଯତ୍ନ୍ନ କରାଯାଇ ପାରୁନାହିଁ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ମଦର ନାମରେ ଏକ ସାମାଜିକ ଅନୁଷ୍ଠାନ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ପରିସରରେ ଏକ ନାରୀଶକ୍ତି ସମ୍ବର୍ଦ୍ଧନା ସମାରୋହ ର ଆୟୋଜନ କରିଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବିଶିଷ୍ଟ ସମାଜସେବୀକା ତଥା ସୁଲେଖିକା ସସ୍ମିତା ଦାସ ! ବିଶିଷ୍ଠ ଅତିଥି ଥିଲେ ମଦର ଅନୁଷ୍ଠାନ ର ନିର୍ଦ୍ଧେଶକ ଶ୍ରୀଯୁକ୍ତ ସୁବାଷ ରଥ ! ସମ୍ମାନିତ ଅତିଥିଭାବେ ସଭାମଣ୍ଡନ କରିଥିଲେ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ, ତିର୍ତ୍ତୋଲ ବାରଆସୋସିଏସନ ର ଉପସଭାପତି ଟୁକନ ଚରଣ ସେଠୀ,ମଦର ର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୋଦ କୁମାର ଦାସ, ଜିଲ୍ଲା ସଂଯୋଜକ ସ୍ମୃତି ରଞ୍ଜନ ଦାଶ,ଅଂଶୁମାନ ଆଚାର୍ଯ୍ୟ ଓ ନିଶାକର ଦାସ ! ଏହି ସମାରୋହରେ ବିଭିନ୍ନ ସେବାଧର୍ମୀ ଆଦର୍ଶ କାର୍ଯ୍ୟ କରିଥିବା ପାଞ୍ଚ ଜଣ ମହିଳା ତଥା ସମାଜସେବା ପାଇଁ ଶ୍ରୀମତୀପୁଷ୍ପା ରାଉତରାୟ,ଗୋଷ୍ଠିଗତ କାର୍ଯ୍ୟପାଇଁ ସନ୍ତୋଷିନୀ ଦାସ,ମମତା ମଞ୍ଜରୀ ପଟ୍ଟନାୟକ,ଅଙ୍ଗନବାଡି କର୍ମୀ ସସ୍ମିତା ସ୍ୱାଇଁ,ଆଶା କର୍ମୀ ସଲୀଳା ମଲ୍ଲିକ ଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ! ମଦର ଅନୁଷ୍ଠାନ ସହିତ ଅଧିକରୁ ଅଧିକ ସମର୍ପିତା ନାରୀ ଯୋଡି ହେବାକୁ ମୁଖ୍ୟଅତିଥି ଆହ୍ୱାନ ଦେଇଥିଲେ ! ସମାଜର ମଙ୍ଗଳସାଧନ ନିମନ୍ତେ ଅନୁଷ୍ଠାନ ସର୍ବଦା ପ୍ରଚେଷ୍ଟା କରି ଆସିଛି ଏବଂ ଯଥାସାଧ୍ୟ ପ୍ରୟାସ କରିଚାଲିଥିବ ବୋଲି ମତ ପ୍ରଦାନ କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button