Education

ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ବିଂଶତମ ରାଜ୍ଯସ୍ତରୀୟ ବାର୍ଷିକ ପ୍ରତିଭା ଅନ୍ଵେଷଣ ଉତ୍ସବ ଉତ୍କର୍ଷ -୨୦୨୩-୨୪ ଅନୁଷ୍ଠିତ 

ଢେଙ୍କାନାଳ:ତା.୦୭.୦୧.୨୦୨୪ ରିଖ : ( )

ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ ସଭାଗୃହରେ ଦିବା ୧୦ ଘଟିକା ସମୟରେ ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳର ବିଂଶତମ ରାଜ୍ଯସ୍ତରୀୟ ବାର୍ଷିକ ପ୍ରତିଭା ଅନ୍ଵେଷଣ ଉତ୍ସବ ଉତ୍କର୍ଷ -୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ଵୀୟ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ ଓ ଏହାହିଁ ସଫଳତାର ଚାବିକାଠି ବୋଲି ଦୃଢ଼ ବକ୍ତବ୍ୟ ରଖିଥିଲେ।

ଅନ୍ୟମାନଙ୍କୁ ସର୍ବଦା ସାହାଯ୍ଯ,ସହଯୋଗ କରିବାକୁ ସୁଯୋଗ ମିଳିଲେ ତାହାକୁ କେବେହେଲେ ହାତଛଡା ନ କରିବାକୁ ଶ୍ରୀ ମହାପାତ୍ର ସୁପରାମର୍ଶ ପ୍ରଦାନ କରିଥିଲେ କାରଣ ତାହା ବହୁଗୁଣିତ ହୋଇ ପୁନର୍ବାର ନିଜ ପାଖକୁ ଫେରିଥାଏ ବୋଲି ନିଜ ଜୀବନର ଦୀର୍ଘ ଅନୁଭୂତିରୁ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟର ସହପ୍ରାଧ୍ୟାପକ ଉଦ୍ଭିଦ ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ମୁଖ୍ୟ ଡଃ ଦେବରାଜ ପରିଡ଼ା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଜୈବ ପ୍ରଯୁକ୍ତି ବିଜ୍ଞାନର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଉପଯୋଗିତା ହିଁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। କଠିନ ଓ ସ୍ମାର୍ଟ ପରିଶ୍ରମ ସହିତ ଧର୍ଯ୍ୟ,ଯୁକ୍ତାତ୍ମକ ଆଭିମୁଖ୍ୟ ରଖିଲେ ସଫଳତା ଅବଶ୍ୟମ୍ଭାବୀ ବୋଲି ଦୃଢ଼ ମତ ପୋଷଣ କରିଥିଲେ।ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,

ଢେଙ୍କାନାଳର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବିଜ୍ଞାନକୁ ଲୋକାଭିମୁଖୀ କରାଇ ସମାଜ କଲ୍ୟାଣରେ ଏହାକୁ ବିନିଯୋଗ କରାଯିବା ଆବଶ୍ୟକ ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ।କଣ,କାହିଁକି,କିପରି ପ୍ରଶ୍ନ ପଚାରି ଅନୁସନ୍ଧିତ୍ସୁ ମନୋଭାବ ନେଇ ଉତ୍ତର ଖୋଜିବାକୁ ପରୀକ୍ଷଣ କରିବା ହିଁ ବିଜ୍ଞାନ ଓ ଏହାଦ୍ୱାରା ପିଲାଙ୍କର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ। ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଅନ୍ଧବିଶ୍ଵାସ,କୁସଂସ୍କାର ଦୂର କରି ବିଜ୍ଞାନକୁ ମାନବ କଲ୍ୟାଣରେ ଉପଯୋଗ କଲେ ଆମକୁ ତାହା ସଭ୍ୟତାର ଶୀର୍ଷରେ ଅଧିଷ୍ଠିତ କରିପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ମହାରଣା ସ୍ଵୀୟ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରି ଦେଶ ଗଠନରେ ବ୍ରତୀ ହେବାକୁ ସୁପରାମର୍ଶ ଦେଇଥିଲେ । ବିଜ୍ଞାନ ଶିକ୍ଷା ସୁସ୍ଥ ସମାଜ ଗଠନରେ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ମହାରଣା ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅତୀତର କଳ୍ପନା ଆଜିର ବାସ୍ତବତା ଓ ତାହାହିଁ ବିଶେଷ ଜ୍ଞାନ ବା ବିଜ୍ଞାନ ।ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିକଶିତ କରିବା ଆଜିର ପ୍ରମୁଖ ଆବଶ୍ୟକତା । ଛାତ୍ରୀ -ଛାତ୍ରମାନଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତର ଖୋଜିବାରେ ଶିକ୍ଷୟିତ୍ରୀ -ଶିକ୍ଷକମାନଙ୍କର ପ୍ରମୂଖ ଭୂମିକା ରହିଛି ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଚେୟାରମ୍ୟାନ ପବିତ୍ର ମୋହନ ମହାପାତ୍ର ସ୍ଵୀୟ ଅଭିଭାଷଣରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବୀ କରିଛି । ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା,ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା,ନୂତନତ୍ୱ ସୃଷ୍ଟି ହୋଇଥାଏ । ବିଜ୍ଞାନର ସଦୁପଯୋଗ ସାମାଜିକ ପ୍ରଗତିର ବାର୍ତ୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ସୁପରାମର୍ଶ ଦେଇଥିଲେ । ଏକବିଂଶ ଶତାବ୍ଦୀରେ ସମାଜର ବିପର୍ଯ୍ୟୟକୁ ସୁବ୍ୟବସ୍ଥିତ କରିବା ପାଇଁ ମୂଲ୍ୟବୋଧ ଭିତ୍ତିକ ଆଧ୍ୟାତ୍ମିକ ବିଦ୍ଵାନ ଗଢ଼ିବା ଜରୁରୀ ବୋଲି ଶ୍ରୀ ମହାପାତ୍ର ଦୃଢ଼ ଆହ୍ଵାନ ଦେଇଥିଲେ । ଚନ୍ଦନ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଶାଶ୍ୱତ ବେହେରା,ଉପାଧ୍ୟକ୍ଷ ଇଶ୍ଵର କୁମାର ପ୍ରଧାନ ପ୍ରମୁଖ ମଞ୍ଚରେ ଆସନ ଗ୍ରହଣ କରିଥିଲେ। ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ଜ୍ବଳନ,ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରାଯାଇଥିଲା।ପ୍ରାରମ୍ଭରେ ଛାତ୍ରୀ,ଛାତ୍ରମାନେ ବିଜ୍ଞାନ ଭିତ୍ତିକ ଉଦଘାଟନୀ ଓ ପରିଶେଷରେ ଉଦଯାପନୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପିକା ହରପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ଓ ଦର୍ଶକମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।ଜିଲ୍ଲାର ଶତାଧିକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ ଛାତ୍ର ମାନଙ୍କର ଦକ୍ଷତା ନିରୂପଣ ପରୀକ୍ଷାର ବିଚାରକ ଭାବରେ ଅଧ୍ୟାପିକା ଅନ୍ୱେଷା ଷଡଙ୍ଗୀ,ଶୁଭସ୍ମିନ ଗଡନାୟକ,ଭେନମ ରେପ୍ଲିକା,ଦ୍ଵୀପାନ୍ୱିତା ଧଳ ପଞ୍ଜିକରଣ ଓ ପରୀକ୍ଷାର୍ଥୀ ମାନଙ୍କର ମୂଲ୍ୟାଙ୍କନ କରିଥିଲେ । ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରାୟ ୨୫୦ ଛାତ୍ରୀ,ଛାତ୍ର ଯୋଗ୍ୟ ବିବେଚିତ ହୋଇ ମୁଖ୍ୟଅତିଥି ଓ ମଞ୍ଚାସୀନ ଅନ୍ୟତମ ଅତିଥିମାନଙ୍କ ହସ୍ତରୁ ପର୍ଯ୍ୟାୟକ୍ରମେ ପ୍ରଶଂସାପତ୍ର ଓ ମେଡାଲ ପୁରସ୍କାର ସ୍ଵରୂପ ଗ୍ରହଣ କରିଥିଲେ । ପ୍ରଥମ ପୁରସ୍କାର ସ୍ଵରୂପ ୧୫୦୦ ଟଙ୍କାର ଅର୍ଥ ରାଶି,ଦ୍ଵିତୀୟ ପୁରସ୍କାର ସ୍ଵରୂପ ୧୦୦୦ ଟଙ୍କାର ଅର୍ଥ ରାଶି,ତୃତୀୟ ପୁରସ୍କାର ସ୍ଵରୂପ ୫୦୦ ଟଙ୍କାର ଅର୍ଥ ରାଶି, ଓ ଗ୍ରୀଷ୍ମକାଳୀନ ଶିକ୍ଷା ବ୍ୟବସ୍ଥା ପାଇଁ ଦେୟ ମୁକ୍ତ ବୃତ୍ତି, ପ୍ରତ୍ୟେକ ଅଂଶଗ୍ରହଣକାରୀ ଛାତ୍ରୀ-ଛାତ୍ର ମାନଙ୍କୁ ଗ୍ରୀଷ୍ମକାଳୀନ ଶିକ୍ଷା ବ୍ୟବସ୍ଥା ଦେୟମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ଘୋଷଣା କରାଯାଇଥିଲା। ସଂସ୍ଥାର ମାର୍କେଟିଂ ଏକଜିକ୍ୟୁଟିଭ ନିରଞ୍ଜନ ସ୍ଵାଇଁ,ଦଧିବାମନ ମହାପାତ୍ର,ନିତେଶ ପରିଡ଼ା ଓ କେଦାର ଖଟୁଆଙ୍କୁ ତାଙ୍କର ପ୍ରଶଂସନୀୟ ଉଦ୍ୟମ ପାଇଁ ପ୍ରଶଂସିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଓ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ,ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ,ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ସମ୍ମାନନୀୟ ବ୍ୟକ୍ତି ବିଶେଷ ଭାବରେ ବରିଷ୍ଠ ଆଡଭୋକେଟ୍ ଶିବ ସାଇ ମହାପାତ୍ର,ଆଡଭୋକେଟ୍ ଇଂ ସୌମ୍ୟବ୍ରତ ସାହୁ, ସୁବାଷ ଚନ୍ଦ୍ର ଷେଣ୍ଢ,ବିନୋଦ ମହାନ୍ତି, ଅରୁଣୋଦୟ ସ୍ଵାଇଁ,ପ୍ରଶାନ୍ତ କୁମାର ମଲ୍ଲିକ,ସଂଜୟ ପୃଷ୍ଟି ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାସ୍ତରୀୟ ପ୍ରାୟ ୨୫୦ ଜଣ ଛାତ୍ରୀ -ଛାତ୍ର ନିଜ ନିଜର ପ୍ରଧାନ ଶିକ୍ଷୟିତ୍ରୀ- ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ-ଶିକ୍ଷକ,ଅଭିଭାବିକା-ଅଭିଭାବକ ମାନଙ୍କ ତତ୍ତ୍ଵାବଧାନରେ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ବିଦାୟ ଉତ୍ସବରେ ଛାତ୍ରୀ -ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା । ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ

 

ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ବିଭିନ୍ନ ବିଭାଗର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ବିଭିନ୍ନ ବର୍ଗର ସମସ୍ତ କର୍ମଚାରୀ ବୃନ୍ଦଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା। ଢେଙ୍କାନାଳ ଜିଲ୍ଲାର ଛାତ୍ରୀ – ଛାତ୍ର ବୃନ୍ଦ, ସେମାନଙ୍କ ମାତା – ପିତା,ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button