State

ଓୟୁଡବ୍ଲୁଜେର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ, ସହମତିରେ ପୁନର୍ବାର ମନୋରଞ୍ଜନ ଦାସ ସଭାପତି ଓ ସିଦ୍ଧେଶ୍ଵର ଗିରି ସଂପାଦକ

 

କଣ୍ଟାମାଳ, ତା୮/୧/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ମନୋରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାପତି ପରମାନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ l ସଂଘର ପୂର୍ବ ବର୍ଷର ବିବରଣୀ ପଠନ କରାଗଲା l ଆଗାମୀ ବର୍ଷ ପାଇଁ ସଂଘର ପରିଚାଳନା ନିମନ୍ତେ ଏକ ନୂତନ କର୍ମକର୍ତ୍ତା ଚୟନ କରାଗଲା l ପୁନର୍ବାର ସଂଘର ସଭାପତି ଭାବରେ ମନୋରଞ୍ଜନ ଦାସ, ଉପସଭାପତି ହୃଦାନନ୍ଦ ମେହେର (A), ସମ୍ପାଦକ ସିଦ୍ଧେଶ୍ୱର ଗିରି, ସହସମ୍ପାଦକ ହୃଦାନନ୍ଦ ମେହେର (B), କୋଷାଧ୍ୟକ୍ଷ ପ୍ରେମାନନ୍ଦ ମହାପାତ୍ର, ମୁଖ୍ୟ ଉପଦେଷ୍ଟା ଆଶିଷ ବିହାରୀ ଠାକୁର ଓ ମିଡ଼ିଆ ପ୍ରଭାରି ଭାବରେ ତିଲକ ମେହେରଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା l ଆଗାମୀ ଦିନରେ ସଂଘର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ଗ୍ରାମାଞ୍ଚଳ ଉପରେ ଫୋକସ କରାଯିବା ପାଇଁ ସ୍ଥିର କରାଯାଇଥିଲା l 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନ୍ୟୁଜ୍

Related Articles

Back to top button