ନୂଆପାଲି ହାଇସ୍କୁଲର ୩୪ତମ ବାର୍ଷିକ ଉତ୍ସବ ଜାନୁଆରୀ ୧୧ ତାରିଖରେ,


କଣ୍ଟାମାଳ, ତା୮/୧/୨୦୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧୀନ କୁଲୁତାଯୋର ପଞ୍ଚାୟତର ନୂଆଁପାଲିସ୍ଥିତ ଆଦିବାସୀ ଉଚ୍ଚବିଦ୍ୟାଳୟ ତାର ପାରମ୍ପାରିକ ରୀତିନିତିରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ତାର ୩୪ତମ ବାର୍ଷିକୋତ୍ସବ ଆସନ୍ତା ଜାନୁଆରୀ ୧୧ତାରିଖରେ ଅନୁଷ୍ଠିତ ହେବାର ରୂପରେଖ ଚୂଡାନ୍ତ ହୋଇଯାଇଛି। ସୋମବାର ପ୍ରଧାନଶିକ୍ଷକ ଅନନ୍ତ କ୍ଷେତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରସ୍ତୁତି ସଭାରେ ଉକ୍ତ ବାର୍ଷିକ ଉତ୍ସବର ଚୂଡାନ୍ତ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ନିଷ୍ପତ୍ତି ଅନୁସାରେ ପ୍ରଥମ ଅଧିବେଶନରେ ସ୧୧ଟାରୁ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଦ୍ୱିତୀୟ ଅଧିବେଶନ ସଂଧ୍ୟା ୫ ରୁ ଅଜିହମାନଙ୍କ ଦ୍ଵାରା ବାର୍ଷିକ ଉତ୍ସବର ସଭା ଓ ପୁରସ୍କାର ବିବରଣ,ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।ଉକ୍ତ ସଭାରେ ମୋସ୍କୁଲ ଅଭିଯାନର ଅଧ୍ୟକ୍ଷ ପ୍ରେମରାଜ ରଣା, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ବିବତ୍ସ ଭୋଇ, ସମସ୍ତ ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କ ସହ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଏବଂ ଆଲୁମିନି ସଦସ୍ୟ/ସଦସ୍ୟା ଉପସ୍ଥିତ ରହିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




