୨୦୦୦ ଘଣ୍ଟାପଡ଼ା ହାଇସ୍କୁଲ ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ


କଣ୍ଟାମାଳ, ୮/୧/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ହାଇସ୍କୁଲର ୨୦୦୦ ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସାଡେଙ୍ଗଘାଟିର ଖଡ଼ଙ୍ଗ ନଦୀକୂଳରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରୀନିବାସ ପାତ୍ର, ସୁଜିତ ସାହୁ ଓ ରାକେଶ ସାହୁଙ୍କ ନେତୃତ୍ଵରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରଥମେ ଶିକ୍ଷାନୁଷ୍ଠାନର ଗୁରୁମାନଙ୍କ ବନ୍ଦନା କରି ସ୍କୁଲ ଜୀବନର ସ୍କୃତି ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଥିଲେ। ଏଣୁ ଏଣିକି ପ୍ରତିବର୍ଷ କିଛି ନା କିଛି ସମାଜ ପ୍ରତି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଯଥା ବୃକ୍ଷରୋପଣ, ରାସ୍ତାଘାଟ, ଡାକ୍ତରଖାନା, ମନ୍ଦିର ଆଦି ବିଭିନ୍ନ ଅନୁଷ୍ଠାନରେ ସଫେଇ କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲ ଏବଂ ଶେଷରେ ଯେଉଁ ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ କରିଛୁ ତାର ୫୦ତମ ସ୍ଵନକ୍ଷତ୍ର ତଥା ସ୍ଵର୍ଣ୍ଣ ଜୟନ୍ତୀ ଆସନ୍ତା ୨୦୨୭-୨୮ପାଇଁ ସମସ୍ତ ବନ୍ଧୁ ୫୦ ହଜାର ଟଙ୍କା ସାହାଯ୍ୟ କରିବାପାଇଁ ମଧ୍ୟ ଆଲୋଚନା ହୋଇଥିଲା। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପାର୍ବତୀ ସାହୁ, ମିନା ପୃଷ୍ଟି, ରଶ୍ମିତା ସାହୁ, ଅରୁଣ ସାହୁ, ଯାଦବ ସାହୁ,ଜପ ବାରିକ, କୁମୁଦ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ।ପରେ ପ୍ରସାଦ ସେବନ କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




