ରୁଣ୍ଡିମହୁଲ ଓ ଅମ୍ବଗାଁ ପଞ୍ଚାୟତ ଠାରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସ୍ବାଗତ।


କଣ୍ଟାମାଳ, ୮/୧/୨୪ (ପ୍ରଭାତ କୁମାର ସାହୁ) ପୁରୀ ଶ୍ରୀମନ୍ଦିରରେ ଆସନ୍ତା ୧୭ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।ଏଥିପାଇଁ ରାଜ୍ୟସରକାରଙ୍କ ତରଫରୁ ରାଜ୍ୟର ପ୍ରତ୍ୟେକ ଅଂଚଳରେ ପରିକ୍ରମା କରିବ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ।!ଏହିକ୍ରମରେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମପଞ୍ଚାୟତର ଶୁଲିଆ, ନୂଆପାଲି ଓଆମ୍ବଗାଁ ଗ୍ରାମପଞ୍ଚାୟତର ଆମ୍ବଗାଁ ଗ୍ରାମରେ ପ୍ରତି ଘରୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି।ଗ୍ରାମରେ ସଂକୀର୍ର୍ତ୍ତନ୍ୟ ମଣ୍ଡଳୀ ଦ୍ୱାରା ଜଗନ୍ନାଥ ରଥକୁ ଘଣ୍ଟ, ଶଙ୍ଖ, ହରିବୋଲ ହୂଳହୁଳି ଓ ଜୟ ଜଗନ୍ନାଥ ନାରାରେ ଶତାଧିକ ମହିଳା ଓ ପୁରୁଷଙ୍କ ସହ ଗ୍ରାମପରିକ୍ରମା କରାଯାଇ ଅକ୍ଷତ ଚାଉଳ ସଂଗ୍ରହ କରାଯାଇଥିଲା।ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ସାରା ବିଶ୍ୱରେ ଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ବୃଦ୍ଧି କରାଯିବା ନେଇ ବେଶ ଗୁରୁତ୍ୱ ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଆମ୍ବଗାଁ ସରପଞ୍ଚ ପ୍ରତିମା ରଣ। ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ଠେଲା ,ଜ୍ଞାନ ରଞ୍ଜନ ମିଶ୍ର ଜଗନ୍ନାଥ ପ୍ରେମୀ ରାଧା ବଲ୍ଲଭ ପ୍ରଧାନ, ସଦାନନ୍ଦ ପ୍ରଧାନ, ଅଭିଭାଇ,ଦେବାରଚନ ରଣ। ଶେଷଦେବ ବାଘ ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ,ଆମ୍ବଗାଁ , ଶୁଲିଆ ଓ ନୁଆପାଲି ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



