ସେବା ସମବାୟ ସମିତି ମାନଙ୍କରେ ଧାନ ମଣ୍ଡିକୁ ଉଦଘାଟନ

ତିର୍ତ୍ତୋଲ ::- ସେବା ସମବାୟ ସମିତି ମାନଙ୍କରେ ଧାନ ମଣ୍ଡିକୁ ଉଦଘାଟନ କରି ସାର୍ବଜନୀନ କରାଯାଇ ଚାଷୀ ଭାଇ ମାନଙ୍କୁ ସଚେତନ ବାର୍ତ୍ତା ଦେବାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକ ପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତି ସର୍ବାଗ୍ରେ ରହି ଆସିଛି ! ଗତ ସୋମବାର ଦିନ ପୂର୍ବାହ୍ନ ରେ ଶତାଧିକ ଚାଷୀ ଓ ସମବାୟପ୍ରେମୀଙ୍କ ଉପସ୍ଥିତରେ ଧାନ ମଣ୍ଡି ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକଙ୍କର ନବ ବର୍ଷର ଶୁଭେଚ୍ଛା ବାର୍ତ୍ତା ବିଜୟ କୁମାର ନାୟକ ପାଠକରିଥିଲେ । ମୂଖ୍ୟଅତିଥି ଭାବେ ତିର୍ତ୍ତୋଲ ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଫକୀର ଚରଣ ସ୍ୱାଇଁ ବେଳେ , ସମ୍ମାନିତ ଅତିଥି ଭାବେ ଏରିଆ ଅଫିସର ବିବେକାନନ୍ଦ ବେହେରା , କୃଷିବିଭାଗ ସହଅଧିକାରୀ ଶୁଭଲକ୍ଷ୍ମୀ ଦାସ , ଏ ଆର୍ ସି ଏସ ସନ୍ତୋଷ କୁମାର ମଲ୍ଲିକ, ରଣଜିତ୍ ସାହୁ, ଭି ଏ ଡବ୍ଳୁ କାଳୀ ପ୍ରସନ୍ ସେଠୀ , ନିୟନ୍ତ୍ରିତ ବଜାର କମିଟିର ସୂର୍ଯ୍ୟକାନ୍ତ ଦାସ, ସମିତିସଭ୍ୟା ରୋଜାଲିନୀ ଜେନା ଓ ସମିତିର ଉପସଭାପତି ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଜନକଲ୍ୟାଣ ସେବା ସମବାୟ ସମିତିର ସଭାପତି ଅଜୟ କୁମାର ରାଉଳଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପଣ୍ଡିତ ଚିନ୍ତାମଣି ଦାଶ ପୂଜାର୍ଚ୍ଚନା କରିଥିବାବେଳେ, ସମ୍ପାଦକ ପରମାନନ୍ଦ ଦାସ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ବିଜୟ କୁମାର ନାୟକ ମଞ୍ଚ ପରିଚାଳନା ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତଙ୍କୁ ମା ସାରଳାଙ୍କ ଉତ୍ତରୀୟ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ , ଡି ଓ ଚିରଞ୍ଜିବି ରାଉଳ, ବିଭୁଦତ୍ତ ମହାନ୍ତି , ଧୀରେନ୍ଦ୍ର କୁମାର ସାହୁ , ଜୟନ୍ତ ନାୟକ , ମନୋଜ କୁମାର ଦାସ , ଦୁର୍ଗାଦତ୍ତ ମହାନ୍ତି , ନିରଞ୍ଜନ ରାଉଳ , ପ୍ରଭାତ ରାଉଳ , ସର୍ବେଶ୍ଵର ଭଟ୍ଟ ଙ୍କ ସମେତ ପର୍ଚେଜ୍ କମିଟି ର ବରଦା ପ୍ରସାଦ ମହାନ୍ତି, ଅକ୍ଷୟ ସ୍ୱାଇଁ, ରଞ୍ଜନ ରାଉଳ ଓ ରମେଶ ଚନ୍ଦ୍ର ରାଉଳ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




