State

ଦିନିକିଆ କେନ୍ଦ୍ରାପଡା ଗ୍ରସ୍ତ କରିଛନ୍ତି ମହାମହିମ ରାଜ୍ୟପାଳ ରଘୁବର ଦାସ୍

ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି କେନ୍ଦ୍ରାପଡା ଜିଲା ପରିଦର୍ଶନ କରିଛନ୍ତି।ପରିଦର୍ଶନ ସମୟରେ ରାଜ୍ୟପାଳ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା,ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଛନ୍ତି।ତେବେ ରାଜ୍ୟପାଳଙ୍କ ଗାଡି ଆଗକୁ ପଶି ଆସି ନିଜ ଦୁଃଖ ଜଣାଇଥିଲେ ଜଣେ ମହିଳା।ଘଟଣାକୁ ନେଇ କେନ୍ଦ୍ରାପଡା ରେ ଚର୍ଚା…
ଭ-୧- କେନ୍ଦ୍ରାପଡା ରେ ମହାମହିମ ରାଜ୍ୟପାଳ ରଘୁବର ଦାସ।ଆଜି ସାରା ଦିନ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ।ପୂର୍ବାହ୍ନ ରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପରେ ଆରମ୍ଭ ହୋଇଥିଲା ଜିଲ୍ଲା ପରିକ୍ରମା।ପ୍ରଥମେ ରାଜ୍ୟପାଳ ପହଞ୍ଚିଥିଲେ ଜଜାଙ୍ଗ ଅଙ୍ଗନବାଡି କେନ୍ଦ୍ରରେ।ସେଠାରେ କେନ୍ଦ୍ର ସରକାର ଙ୍କ ପୋଷଣ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ।ପରେ ପରେ ଜଜାଙ୍ଗ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କୁ ଭେଟି ସଂକଳ୍ପ ଯୋଜନାର ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ।ପରେପରେ ପଟ୍ଟାମୁଣ୍ଡାଇ କସଣଅଣ୍ଟା ପଞ୍ଚାୟତ ହାଇ ସ୍କୁଲ, ପ୍ଲମ୍ବର ଟେକ୍ନୋଲୋଜି ଅନୁଷ୍ଠାନ ରେ ଛାତ୍ରଛାତ୍ରୀ ଙ୍କୁ ଭେଟିଥିଲେ।ସେହିପରି ପଟ୍ଟାମୁଣ୍ଡାଇ ଅଡିଟୋରିୟମ ରେ ରାଜ୍ୟପାଳ ଚାଷୀ, ମତ୍ସ୍ୟଜିବୀ ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ଭି-୨- ପରେ ରାଜ୍ୟପାଳ କେନ୍ଦ୍ରାପଡା ବ୍ଲକ୍ ଗାଙ୍ଗପଡାରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ।ଇନ୍ଦୁପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ଆଲୋଚନା କରିଥିଲେ ରାଜ୍ୟପାଳ। ସନ୍ଧ୍ୟାରେ ଜିଲା ସସ୍କୃତି ଭବନରେ ପହଞ୍ଚି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଭେଟି ଆଲୋଚନା କରିବା ସହିତ କିପରି ସ୍ବାବଲମ୍ବୀ ହୋଇପାରିଛନ୍ତି ପଚାରି ବୁଝିଥିଲେ।ପରେ ଦୁହୁରିଆ ସ୍ଥିତ କୁଷ୍ଠ ଆକ୍ରାନ୍ତ କଲୋନୀରେ ପହଂଚି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ।ଶେଷରେ ଡେରାବିଶ ଗୋଲରା ହାଟ ଠାରେ ଥିବା ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟ ପରଖିବା ସହ ଆଲୋଚନା କରିଥିଲେ।ହେଲେ ରାଜ୍ୟପାଳଙ୍କ କାର କେଡ ଭିତରେ ଧସେଇ ପଶିଲେ ମହିଳା।ଆଜି ରାଜ୍ୟପାଳ ରଘୁବର ଦାସ କେନ୍ଦ୍ରାପଡା ଜଝାଙ୍ଗ ଗାଁରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଭେଟି ଫେରୁଥିବା ବେଳେ ହଠାତ୍ ଏହି ଗାଁ ର ମହିଳା ସସ୍ମିତା ତ୍ରିପାଠୀ ରାଜ୍ୟପାଳଙ୍କ କାର କେଡ ଭାଙ୍ଗି ରାଜ୍ୟପାଳଙ୍କ ଗାଡି ଆଗକୁ ମାଡି ଯାଇଥିଲେ।ଉପସ୍ଥିତ ଥିବା ପୋଲିସ ଓ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।ତେବେ ରାଜ୍ୟପାଳଙ୍କ କାର ପାଖକୁ ମାଡିଯାଇ କିଛି କହିବାକୁ ଚେଷ୍ଟା କରିବାରୁ ରାଜ୍ୟପାଳ ନିଜେ କାର ଭିତରୁ ବାହାରି ଆସି ମହିଳାଙ୍କ କଥା ଶୁଣିଥିଲେ।ମହିଳା ଜଣକ ଏକ ଭଙ୍ଗା ଘରେ ଅତି ଦୟନୀୟ ଭାବେ ରହୁଥିବା ନେଇ ଅଭିଯୋଗ କରିବା ପରେ ରାଜ୍ୟପାଳ ନିଜେ ଚାଲିଚାଲି ଯାଇ ମହିଳାଙ୍କ ଘର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ପରେ ଜିଲାପାଳଙ୍କୁ ଡାକି ମହିଳାଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ 

Related Articles

Back to top button