Religion

ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା

 

ହରଭଙ୍ଗା 8/1/24() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରେ ଆଜି ଠାରୁ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ହୋଇଯାଇଛି । ଜଗନ୍ନାଥ ଙ୍କ ଇଚ୍ଛାରେ ଆସନ୍ତା ଜାନୁୟାରୀ 17 ପୌଷ ଶୁକ୍ଲ ସପ୍ତମୀ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ହେବା ନେ଼ଇ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। ସେନେଇ ପ୍ରଥମେ ରଥ କୁ ଆଜି ହରଭଙ୍ଗ ବିଡ଼ିଓ ସ୍ଵପ୍ନିତା ନାୟକ ଚାରିଛକ ଜଗନ୍ନାଥ ମନ୍ଦିର ରେ ଶୁଭ ଉଦଘାଟନ କରିବା ସହ ଠିଡିକାଜୋର ଗ୍ରାମ ରୁ ଚାଉଳ ଗୁଆ ସଂଗ୍ରହ କରାଯାଇଥିଲା। ତା ପରେ ରଥ ପୁରୁଣା କଟକ ପଂଚାୟତ ପରିକ୍ରମା କରି ବ୍ଲକ୍ ର ଆଡେଣିଗଡ଼ ପଂଚାୟତ ରେ ପହଞ୍ଚି ଥିଲା। ତାପରେ ରଥ କୁ ପଂଚାୟତ ଠାରେ ଭବ୍ୟ ସମ୍ବର୍ଧନା କରାଯାଇଥିଲା ଏବଂ ପଂଚାୟତ ର ସରପଞ୍ଚ ଅଜିତ୍ କୁମାର ପ୍ରଧାନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମଲିକ ଙ୍କ ତତ୍ବାବଧାନରେ ନାମ, ସଙ୍କୀର୍ତ୍ତନ, ହରିବୋଲ, ହୁଳହୁଳିରେ ରଥ ଟି ଆଡେଣିଗଡ଼ ପଂଚାୟତ ର ପ୍ରତ୍ୟେକ ସାହି ପରିକ୍ରମା କରିଥିଲା। ପରିକ୍ରମା ସମୟରେ ଶହ ଶହ ମହିଳା ଓ ପୁରୁଷ ଭକ୍ତ ସାମିଲ ହୋଇ ଥିଲେ । ଏହି ପରିକ୍ରମା ରେ ଓଡ଼ିଶା ର ପ୍ରତ୍ୟେକ ଘରୁ ମାନସିକ ଗୁଆ ଚାଉଳ ସଂଗ୍ରହ କରାଯାଇଯାଇ ବିଶ୍ବ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ରେ ପଠା ଯିବା ନେଇ ଚାଲୁରହିଛି।

Related Articles

Back to top button