Education

ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ 

ଢେଙ୍କାନାଳ:ତା.୦୭.୦୧.୨୦୨୪ ରିଖ : ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ ସଭାଗୃହରେ ସନ୍ଧ୍ୟା ୬ ଘଟିକା ସମୟରେ ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳର ଶିକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଛାତ୍ରୀ ଛାତ୍ରମାନଙ୍କ ବିଦାୟକାଳୀନ ଉତ୍ସବରେ ମଞ୍ଚାସୀନ ସମ୍ମାନିତ ବରେଣ୍ୟ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ରତନ ନାୟାର୍ ,ସମ୍ପାଦକ ତଥା ସାମ୍ବାଦିକ ସତ୍ୟସ୍ଵରୂପ ଦାସ,ସାମ୍ବାଦିକ ଅଥୟ କୁମାର ସାହୁ,ସାମ୍ବାଦିକ ଆଶିଷ ରଞ୍ଜନ ଶତପଥି,ସାମ୍ବାଦିକ ଲକ୍ଷ୍ମୀକାନ୍ତ ସାହୁ,ବିଶ୍ଵନାଥ ବେହେରା,ସମ୍ପାଦକ,ଗଣେଶ ବଜାର ପୂଜା କମିଟି,ବିଶିଷ୍ଟ ଇଂରାଜୀ ଅଧ୍ୟାପକ ତଥା ସାହିତ୍ୟିକ ଡଃ ସୁଧାଂଶୁ ଦାଶ ପ୍ରମୁଖ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀ ଛାତ୍ର ମାନଙ୍କର ମଧ୍ୟରେ ଅନ୍ତର୍ନିହିତ ଥିବା କଳାର ପରିପ୍ରକାଶ ହୋଇ ପାରିଥାଏ ଓ ଏହିଭଳି ସମସ୍ତ ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷକ,ଅଧ୍ୟାପକ ମାନଙ୍କର ବଳିଷ୍ଠ ଭୂମିକା ରହିଛି ବୋଲି ଦୃଢ଼ ମତପୋଷଣ କରିଥିଲେ । ଏହି ଅବସରରେ ଛାତ୍ରୀ -ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା । ଚନ୍ଦନ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ ।ପଦାର୍ଥ ବିଜ୍ଞାନ ଅଧ୍ୟାପିକା ହରପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button