Religion

ମଣିଆ ଗ୍ରାମର ବାର୍ଷିକ ସତସଙ୍ଗ ମହୋତ୍ସବ

ଛତିଆ ନିକଟସ୍ଥ ଉଚ୍ଚ ପଦା ଗ୍ରାମ ପଂଚାୟତ ଅନ୍ତର୍ଗତ ମଣିଆ ଗ୍ରାମରେ ଆଜି ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ମହୋତ୍ସବ ତଥା ଗ୍ରାମର 44ତମ ବାର୍ଷିକ ସତସଙ୍ଗ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଅଛି, ଉଷା କୀର୍ତ୍ତନ ଉଷା ବିନତି, ପୂର୍ବାହ୍ନ 9ଟାରେ ଶ୍ରୀ ଶ୍ରୀ ଠାକୁର ଙ୍କୁ ସୁସଜିତ ରଥ ରେ ବସାଇ ନଗର ପରିକ୍ରମା କରାଯାଇଥିଲା,11,30ମି ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, ସହ ପ୍ରତି ଋତ୍ଵିକ କ୍ଷୀରୋଦ ଚନ୍ଦ୍ର ତ୍ରିପାଠୀ ଏଥିରେ ଅଧକ୍ଷତା କରିଥିଲେ, ବର୍ଷିଆନ ଋତ୍ଵିକ ବାଗ୍ମୀ ପ୍ରବର ପ୍ରମୋଦ କୁମାର ଶତପଥି ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନୀ ଉପରେ ଆଲୋକପାତ କରିଥିଲେ, ଟାଙ୍ଗୀ ସତସଙ୍ଗ ବିହାର ସଭାପତି ସ, ପ୍ର, ୠ ଅରୁଣ କୁମାର ସ୍ୱାଇଁ ଛତିଆ ସତସଙ୍ଗ ଉତ୍ସବ କମିଟି ସଭାପତି ବାମନ ଚରଣ ସାହୁଙ୍କ ସମେତ ବହୁ ଯାଜକ ଅଧର୍ଜୁ କର୍ମୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ପୁର୍ଣ ଚନ୍ଦ୍ର ଓଝା ଓ ସାଥି ମାନେ କୀର୍ତ୍ତନ ପରିବେଷଣ କରିଥିଲେ, ଅଜୟ ତ୍ରିପାଠୀ ସଂଗୀତ ଓ ମନୋଜ ବେହରା କୋରସ ଗାନ କରିଥିଲେ, ସ୍ଥାନୀୟ ସହ ପ୍ରତି ଋତ୍ଵିକ ଅଶୋକ ମଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ,ଯାଜକ ନାରାୟଣ ଦାସ ଶିକ୍ଷାବିତ କୈଳାସ ଖିଲାର ଗୋଲଖ ଚନ୍ଦ୍ର ଦାସ ଯୁବ ସମାଜ ସେବୀ ବିଚିତ୍ରା ନନ୍ଦ ଦାସ ଅରୂପ ସାହୁ ଭଗବାନ ବାରିକ ବଳରାମ ମାଝୀ ଓ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ସମସ୍ତ ଙ୍କ ପାଇ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ବଡ଼ଚଣା ୠ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button