ସଡ଼କ ସୁରକ୍ଷା ସପ୍ତାହ୨୦୨୪ର ଉଦଯାପନୀ ସମାରୋହ


ତିର୍ତ୍ତୋଲ –: ଜାନୁଆରୀ ମାସ ପହିଲା ଠାରୁ ୭ ତାରିଖ ଯାଏ ପରିବହନ ବିଭାଗ ତରଫରୁ ପାଳନ କରାଯାଇଥାଏ ସଡ଼କ ସୁରକ୍ଷା ସପ୍ତାହ ! ସାତ ତାରିଖରେ ଉଦଯାପନ କରାଯାଇ ଦିଆଯାଇଥାଏ ସଚେତନତାର ବାର୍ତ୍ତା !ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଆନନ୍ଦ ପ୍ଲାଜା ପରିସରରେ ଆଞ୍ଚଳିକ ପରିବହନ ବିଭାଗ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ୨୦୨୪ ର ଉଦଯାପନୀ ସମାରୋହ ଆୟୋଜିତ ହୋଇଯାଇଛି ! ସମାରୋହ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା !ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ନିର୍ମଳ କୁମାର ମହାନ୍ତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଥିଲେ ତିର୍ତ୍ତୋଲ ଆଦିକବି ସାରଳାଦାସ କଲେଜ ର ଅଧ୍ୟକ୍ଷ ପ୍ରଫେସର ସଦାଶିବ ସାହୁ !ସମ୍ମାନିତ ଅତିଥି ଥିଲେ ମଣିଜଙ୍ଗା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟ କାନୁନଗୋ, ତିର୍ତ୍ତୋଲ କଲେଜ ପରିଚାଳନା କମିଟିର ସଭାପତି ବିମଳ କୁମାର ମହାପାତ୍ର,ଡ଼ିଏସଓ ଜୀବନ କୁମାର ସାହୁ, ତିର୍ତ୍ତୋଲ ଆରକ୍ଷୀ ଅଧିକ୍ଷକ ଅଭିମନ୍ୟୁ ନାୟକ, ମଟର ଭେହିକିଲ ଇନ୍ସପେକ୍ଟର ଶର୍ମିଳା ମହାରଣା !ଅତିଥିପରିଚୟ ସହିତ ମଞ୍ଚ ପରିଚାଳନା ଗୋପାଳକୃଷ୍ଣ ମିଶ୍ର ତୁଲାଇଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ମଞ୍ଚର ସଭାପତି ତଥା ମଦର ଟେରେସା ଫାଉଣ୍ଡେସନ ର ରାଜ୍ୟ ଅଧ୍ୟକ୍ଷ ସୁନାକର ବେହେରା ! ଏହି ସମାରୋହରେ ଏନଏସଏସ କ୍ୟାଡର, ସ୍କାଉଟ କ୍ୟାଡର, ସମାଜ ସେବୀ ସଂଗଠନ, କଲେଜର ଅଧ୍ୟାପକ, ଅଧ୍ୟାପିକା ମାନେ,ଜିଲ୍ଲାର ବିଭିନ୍ନ ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ଯୋଗଦେଇ ଥିଲେ ! ସର୍ବ ଶେଷରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୪୩ ଜଣ ପ୍ରତିଯୋଗୀ, ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ସମରିଟାନ ସେବା ଯୋଗାଇଦେବାକୁ ତାଲିମ ନେଇଥିବା ୪୨ ଜଣ, ବିଚାରକ ମଣ୍ଡଳୀରୁ ୧୨ ଜଣ, ସାଧାରଣ ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ! ତିର୍ତ୍ତୋଲର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଭାବେ ରମାକାନ୍ତ ରାଉଳ, ଶରତ କୁମାର ଦାଶ ଏବଂ ଅମରଜ୍ୟୋତି ସାହୁ ଙ୍କୁ ମୁଖ୍ୟ ଅତିଥି ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି ଥିଲେ !ସହକାରୀ ମୋଟର ଯାନ ନିରୀକ୍ଷକ ରଞ୍ଜିତା ମଲ୍ଲିକ,ଟ୍ରାଫିକ ଅଧିକାରୀ ପ୍ରଶାନ୍ତ ମହାପାତ୍ର, ଜୁନିଅର ରେଡ଼କ୍ରସ ଅଧିକ୍ଷକ ତ୍ରିଲୋଚନ ସାହୁ, ବରିଷ୍ଠ ବୁଦ୍ଧିଜୀବୀ ଅକ୍ଷୟ କୁମାର ସାହୁ, ସକ୍ରିୟ ସହଯୋଗ କରିଥିଲେ ଏବଂ ଧନ୍ୟବାଦ ଦେଇଥିଲେ ଆରଟିଓ ପ୍ରତାପ କୁମାର ବେହେରା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




